ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହେବ ପାଲବଣି ଘାଟି ରାସ୍ତା

ହାଟଡିହି-(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକରେ କେ. ବାଲିପାଳ ଗ୍ରାମ ପଞ୍ଚାୟତ ଅବସ୍ଥିତ। ଉକ୍ତ ପଞ୍ଚାୟତର ପାଲବଣି ଗ୍ରାମକୁ ଲାଗି ଥିବା ପାହାଡକୁ ପାଲବଣି ଘାଟି ବୋଲି କୁହା ଯାଉଛି। ଏହା ଆନନ୍ଦପୁର ଉପଖଣ୍ଡର ସବୁଠୁ ଅନୁନ୍ନତ, ପଛୁଆ ଏବଂ ଅବହେଳିତ ଅଞ୍ଚଳ ହିସାବରେ ବେଶ ଜଣାଶୁଣା ଅଟେ । ଉକ୍ତ ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ କିମ୍ବା ମୋବାଇଲ ନେଟୱାର୍କ ସାତ ସପନ ହୋଇ ଅଛି । ଯଦିଓ କେ. ବାଲିପାଳ ଗ୍ରାମ ପଞ୍ଚାୟତ ଏବଂ ପାଲବଣି ଗ୍ରାମ କେନ୍ଦୁଝର ଜିଲ୍ଲାରେ ଆସୁଛି କିନ୍ତୁ ସେଠାକାର ଜନସାଧାରଣ ଆଜି ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲା ଶରତ ବଜାର ଉପରେ ସେମାନେ ସର୍ବଦା ନିର୍ଭରଶୀଳ ଅଟନ୍ତି। କାରଣ କେନ୍ଦୁଝର ଜିଲ୍ଲାର ହାଟଡିହି ବ୍ଲକର କେ.ବାଲିପାଳ ଏବଂ ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବ୍ଲକର କଲମଡିଆ ଗ୍ରାମ ପଞ୍ଚାୟତ ମଧ୍ୟରେ ଏହି ପାହାଡ଼ ଅବସ୍ଥିତ ଅଛି । ଦୈନଦିନ ଜୀବନର ଆବଶ୍ୟକତା ଯଥା – ପନିପରିବା, ଚାଉଳ, ତେଲ, ମସଲା ପ୍ରଭୃତି କିଣିବା ପାଇଁ ଏଠିକାର ଗରୀବ ଅଧିବାସୀ ତଥା ଆଦିମ ଜନଜାତି ଲୋକମାନେ ମୁଖ୍ୟତ ଶରତ ହାଟ,ବଜାର ଉପରେ ହିଁ ନିର୍ଭରଶୀଳ ଅଟନ୍ତି। ଏଠିକାର ଆଦିମ ଜନଜାତି ଆଜି ମଧ୍ୟ ଶିକ୍ଷା ଓ ସଭ୍ୟତା ଠାରୁ ବହୁ ଦୂରରେ ରହିଛନ୍ତି। ଦୈନଦିନ ଜୀବନର ଆବଶ୍ୟକତା ପୂରଣ କରିବା ପାଇଁ ପାଲବଣି ଘାଟି ଚାଲି ଚାଲି ଉଠିବାକୁ ପଡେ ଶରତ ବଜାର ପର୍ଯ୍ୟନ୍ତ ପରିବା କିଣିବା ପାଇଁ। ଏଠାରେ ରାସ୍ତାର ସୁବିଧା ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହି ପାହାଡ଼ ରାସ୍ତାରେ “ଶରତ ବିକାଶ ମଞ୍ଚ” ସଭାପତି ତଥା ହୋ’  ସମାଜ ସମାଜସେବୀ ଗାମାଏ ରୀମିଲ ସିଂ ଗୋଇପାଈ  ପାଲବଣୀ ଗ୍ରାମକୁ ଯାଇଥିବା ବେଳେ ଆଦିବାସୀ ମାନଙ୍କ କଷ୍ଟ ନିଜ ଆଖିରେ ଦେଖିବା ପରେ  ଲୋକଙ୍କ ପାହାଡ଼ ଚଢ଼ିବା ଫଟୋ ଏବଂ ଭିଡିଓ ଉତୋଳନ କରି ସେ ତାଙ୍କ ଟୁଇଟର ଏକାଉଣ୍ଟ୍ ରେ ପୋଷ୍ଟ କରିଥିଲେ। ଏହି ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରି ଉକ୍ତ ସଡ଼କ ପଥର ଉନ୍ନତିକରଣ କରିବା ନିମନ୍ତେ କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂ, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟୁଇଟ କରି ସମସ୍ୟା ସମାଧାନ କରିବା ନିମନ୍ତେ ନିବେଦନ କରିଥିଲେ । ଟୁଇଟର ଦ୍ଵାରା ଦିଆ ଯାଇଥିବା ଅଭିଯୋଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିଯୋଗ ପ୍ରକୋଷ୍ଠ ରେ ରେ ପଞ୍ଚିକରଣ କରିଥିଲେ । ଟୁଇଟର ଆକାଉଣ୍ଟ ଯୋଗେ ଅଭିଯୋଗ ପାଇବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହାର ତଦନ୍ତ କରି ରିପୋର୍ଟ ଦେବା ନିମନ୍ତେ ୧୦.୦୪.୨୦୨୫ ତାରିଖ ଦିନ କେନ୍ଦୁଝର ଜିଲ୍ଲାପାଳ ଏବଂ ହାଟଡିହି ବ୍ଲକ ବିଡ଼ିଓଙ୍କୁ ନିର୍ଦ୍ଦେଶନାମା ଜାରି ହୋଇ ଥିଲା । ତେବେ  ହାଟଡିହି ବ୍ଲକ ବିଡ଼ିଓ ଏହାର ତଦନ୍ତ କରି ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଅନ୍ତର୍ଭୁକ୍ତ କରାଇବା ନିମନ୍ତେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦାଖଲ କରିଛନ୍ତି । ଅଭିଯୋଗର ତଦନ୍ତ ରିପୋର୍ଟ ଆଜି ଶ୍ରୀ ଗାମାଏ ଗୋଇପାଈଙ୍କୁ ପଞ୍ଚାୟତରାଜ ଏବଂ ପାନୀୟ ଜଳ ବିଭାଗଙ୍କ ଟୁଇଟର ଆକାଉନ୍ତ ଯୋଗେ ଆଜି ଏହାର ଏହାର ଉତ୍ତର ଦିଆ ଯାଇଛି। ତେବେ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ହେଲେ ଏ ଅଞ୍ଚଳର ଲୋକମାନଙ୍କର ସାମାଜିକ, ଅର୍ଥନୈତିକ ଅଭିବୃଦ୍ଧି ହୋଇ ପାରିବ ବୋଲି କୁହା ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ