ବାଲେଶ୍ୱର ଛାତ୍ରୀ ଆତ୍ମହତ୍ୟା ଘଟଣା: ଛତ୍ରପୁରରେ ପ୍ରତିବାଦ ଓ କ୍ୟାଣ୍ଡଲ ଶୋଭାଯାତ୍ରା

ଛତ୍ରପୁର, : ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯେଉଁ ଘଟଣା ଘଟିଗଲା ତାକୁ ନେଇ ସମଗ୍ର ରାଜ୍ୟରେ ତାତି ଦେଖାଯିବା ସହିତ ପ୍ରତିବାଦର ସ୍ୱର ଦେଖିବାକୁ ମିଳିଛି । ଗୁରୁବାର ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରରେ ମଧ୍ୟ ଦେଖିବାକୁ ମିଳିଛି । କଂଗ୍ରେସ, ସିପିଆଇ, ଫରୱାର୍ଡ ବ୍ଲକ , ଏଆଇଏସଏଫ, ଏସଏଫଆଇ ଅନ୍ୟାନ୍ୟ ଦଳ ର ଛାତ୍ର, ଯୁବକ ଏବଂ ମହିଳା ମାନେ ଏକତ୍ରିତ ହୋଇ ରାଜ୍ୟସରକାରଙ୍କ ବିରୋଧରେ ଋଣହୁଙ୍କାର ଦେଇଥିଲେ । ଛାତ୍ରୀ ଆତ୍ମହତ୍ୟା ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ ମହିଳା ସୁରକ୍ଷା ନିମନ୍ତେ ଦାବୀ କରିଥିଲେ । ଏନେଇ ସ୍ଥାନୀୟ ଅପରବସଷ୍ଟାଣ୍ଡ ଠାରୁ ଏକ ବିଶାଳ କ୍ୟାଣ୍ଡଲ ଶୋଭାଯାତ୍ରା ବାହାରି ଛତ୍ରପୁର ସହର ପରିକ୍ରମା କରିଥିଲେ । ଓଡିଶା ବନ୍ଦରେ ସାମିଲ ହେବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ସିପିଆଇ ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ଏନ.ନାରାୟଣ ରେଡ୍ଡୀ, ନାରୀନେତ୍ରୀ ଏନ.ଭାନୁମତୀ ରେଡ୍ଡୀ, ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ଜିଲ୍ଲା ନେତା ସିଏଚ.ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି.ଆଦିନାରାୟଣ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ.ଗିରିଜା ପ୍ରସାଦ ରେଡ୍ଡୀ, ଚିଙ୍କରା ବେହେରା, ଝୁଲି ବେହେରା, ଏନ.ମୁନାପାତ୍ର, କଂଗ୍ରେସ ର ଛତ୍ରପୁର ବିଧାୟକ ପ୍ରାର୍ଥୀ ଭାଗିରଥୀ ବେହେରା, କାଳିଆ ରାଉଳ, ପୂର୍ବତନ ସରପଞ୍ଚ ଟି.କ୍ରିଷ୍ଣା ରେଡ୍ଡୀ ଓ ଡି.ରାମସ୍ୱାମୀ ରେଡ୍ଡୀ ଏବଂ ଫରୱାର୍ଡ ବ୍ଲକର ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ସମେତ ବହୁ ଛାତ୍ର, ଯୁବକ ଓ ମହିଳା ମାନେ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ