ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ

ପୋଲସରା(ଓ୍ବାଇଏନଏସ) : ପୁରୀ ଶ୍ରୀମନ୍ଦିରକୁ ଆକ୍ରମଣ ସମୟରେ ଠାକୁର ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏବଂ ସୁଦର୍ଶନ ଚତୁର୍ଦ୍ଧାମୂର୍ତ୍ତି ଦୀର୍ଘ ଅଢେଇ ବର୍ଷ ସମୟ ପାଇଁ ଆଠଗଡ଼ ରାଜାଙ୍କ ସହଯୋଗରେ ପୋଲସରା ବ୍ଲକ୍ ଅନ୍ତର୍ଗତ ମଥୁରା ଗ୍ରାମ ପଞ୍ଚାୟତର ଜଙ୍ଗଲ ମଧ୍ୟରେ ପବିତ୍ର ଶରଣ ଶ୍ରୀକ୍ଷେତ୍ର ପୀଠ,  ମାରଦା ମନ୍ଦିରରେ ଲୁକାୟିତ ରହି ପୂଜା ପାଉଥିଲେ। ସେହି ପବିତ୍ର ମନ୍ଦିର ପରିସରରେ ଏପ୍ରିଲ ୧୪ ତାରିଖ ଓଡ଼ିଆ ନୁଆଁ ବର୍ଷ, ମହାବିଷୁବ ସଂକ୍ରାନ୍ତି/ପଣା ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଉପଲକ୍ଷେ ଯଜ୍ଞ ସହିତ ଅର୍ଣ୍ଣପ୍ରସାଦ ଭୋଗ ପୂଜା କରାଯାଇଥିଲା। ଏହି ଅବସରରେ ହନୁମାନ ଚାଳିଶା ପାଠ କରାଯାଇଥିଲା।  ଏଥିରେ ଶ୍ରୀ ମାରଦା ଉନ୍ନୟନ ପରିଷଦର ସଭାପତି ମହନ୍ତ  ସୁନ୍ଦରରାମ ଦାସ ମଠାଧୀଶ, ସମ୍ପାଦକ ଶ୍ୟାମ ସୁନ୍ଦର ସାହୁ, ଉପ ସଭାପତି ଆଡଭୋକେଟ ରମେଶ ଚନ୍ଦ୍ର ପ୍ରଧାନ, ଆଡଭୋକେଟ ପବିତ୍ର କୁମାର୍ ନାୟକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ରାଧାଶ୍ୟାମ ପଣ୍ଡା , ଜଗବନ୍ଧୁ ମହାପାତ୍ର, ପ୍ରଭାତ କୁମାର ଶାସମଲ, ସରପଞ୍ଚ ପ୍ରତିନିଧି କୈଳାସ ଚନ୍ଦ୍ର ବେହେରା, ସମିତି ସଭ୍ୟା ପ୍ରତିନିଧି ପବିତ୍ର କୁମାର ପାତ୍ର, ରାମକୃଷ୍ଣ ବାରିକ, ଅଭି ମହାନ୍ତି, ରାମ ଚନ୍ଦ୍ର ବାରିକ, ମଙ୍ଗୁଳୁ ସାହୁ ଓ ମଥୁରା ଗ୍ରାମ ବାସୀଙ୍କ ସହଯୋଗରେ ହନୁମାନ ଜୟନ୍ତୀ ପାଳନ ଆଡମ୍ବରରେ କରାଯିବା ସହିତ ହନୁମାନ ଚାଳିଶା ପାଠ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ