ରାଇକିଆରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ
ରାଇକିଆ (ଓ୍ବାଇଏନଏସ): ସମ୍ବିଧାନ ପ୍ରଣିତା ଭାରତ ରତ୍ନ ଡ଼: ବାବା ସାହେବ୍ ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜୟନ୍ତି ଅବସର ରେ ରାଇକିଆ ଠାରେ ଜିଲ୍ଲା ସ୍ତରୀୟ ଉତ୍ସବ ପାଳିତ ହୋଇଯାଇଛି । ବିଭିନ୍ନ ସଙ୍ଗଠନ ତରଫରୁ ବେରେଡାକିଆ ଛକ ଠାରୁ ଚୂନପଲୀ ଛକ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ। ଏହି ଅବସରରେ ବସଷ୍ଟାଣ୍ଡ ଚାରିଛକ ଠାରେ ଡ଼ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ କୁ ଉନ୍ମୋଚନ କରାଯାଇଥିଲା। ପରେ ସ୍ଥାନୀୟ ଆଥଲେଟିକ୍ ଆସୋସିଏସନ୍ ଖେଳ ପଡ଼ିଆରେ ଏକ ସଭାର ଆୟୋଜନ କରାଯାଇଥିଲା । ରାଇକିଆ ଡ଼: ଆମ୍ବେଦକର ସ୍ତୁତି କମିଟି ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଜିଲା କୁଇ ସମାଜ ସମନ୍ବୟ ସମିତି ସାଧାରଣ ସମ୍ପାଦକ ଲମ୍ବୋଦର କହଁର, ମୁଖ୍ୟ ବକ୍ତା ଭାବେ ନୂଆଦିଲ୍ଲୀ ରୁ ଆସିଥିବା ସମାଜସେବୀ ଠାକୁର ମଙ୍ଗରାଜ,ଜିଲା ସଭାପତି ସମିର ଘଟାଲା,ପ୍ରଫେସର ଜୋତିମୟୀ କହଁର, ଉପଦେଷ୍ଟା ଭାସ୍କର ପ୍ରଧାନ , ଜିଲା ସଂଖ୍ୟାଲଘୁ ଉପସଭାପତି ପ୍ରଶ୍ନର ବିଷୋୟୀ, ସଂଖ୍ୟାଲଘୁ ଜିଲା ସଭାପତି ଜାକିର ଖାଁନ, ଉପଦେଷ୍ଟା ମନୋଜ ଦିଗାଲ ପ୍ରମୁଖ ସାମିଲ୍ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୁଲିସ ବାହିନୀ ମୃତୟନ ହୋଇଥିଲେ ।