ଓଏଏସ୍ ପାଇଥିବା କାଳୁଙ୍କୁ ପଞ୍ଚାୟତ ପକ୍ଷରୁ ସମ୍ବର୍ଦ୍ଧନା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୯୫ ରେଙ୍କ ରଖି ସଫଳତା ହାସଲ କରିଥିବା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ଗ୍ରାମର ଚାଷୀ ପୁଅ କାଳୁ ରାଉତଙ୍କୁ ସୋମବାର  ପଞ୍ଚାୟତ କାର୍ଯ୍ୟାଳୟ ତରଫରୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି । ଗ୍ରାମର ମାଗତା ରାଉତ ଏବଂ ଜୟନ୍ତୀ ରାଉତ ଚାଷ କାମ କରି ନିଜର ଗୁଜୁରାଣ ମେଣ୍ଟାଇ ଆସୁଥିବା ବେଳେ ପୁଅର ପାଠ ପଢିବା ପ୍ରତି ଆଗ୍ରହ ଦେଖି ତାଙ୍କୁ ଉଚ୍ଚଶିକ୍ଷା ପାଇଁ ଭୁବନେଶ୍ବର ରେ ପାଠ ପଢ଼ାଇଥିଲେ । ନିକଟରେ ସେ ଏହି ସଫଳତା ପାଇବା ସହ ନିଜ ପରିବାର , ପଞ୍ଚାୟତ ଏବଂ ସର୍ବୋପରି ଦିଗପହଣ୍ଡି ବ୍ଲକର ଗୌରବ ବୃଦ୍ଧି କରିଥିଲେ । ଯାହାଫଳରେ ସମଗ୍ର ଦିଗପହଣ୍ଡି ବ୍ଳକ ସମେତ ସିଦ୍ଧେଶ୍ୱର ଗ୍ରାମରେ ଖୁସିର ଲହରୀ ଖେଳିଯାଇଥିଲା । ଅପରାହ୍ନ ରେ ସେ ଭୁବନେଶ୍ୱରରୁ ଗ୍ରାମକୁ ଫେରିବା ପରେ ତାଙ୍କୁ ଗ୍ରାମବାସୀଙ୍କ ତରଫରୁ ସିଦ୍ଧେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟରେ ଉପଢ଼ୌକନ ,ପୁଷ୍ପମାଲ୍ୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ବିରାଟ ଶୋଭାଯାତ୍ରା ଆୟୋଜନ କରାଯାଇ ତାଙ୍କୁ ଗ୍ରାମ ପରିକ୍ରମା କରାଯାଇଥିଲା । ପଞ୍ଚାୟତ କାର୍ଯ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସମାରୋହରେ ସରପଞ୍ଚ ବିଜୟ କୁମାର ପ୍ରଧାନ , ସମିତି ସଭ୍ୟ ସୁରଭି ବିଷୋୟୀ , ସମିତି ସଭ୍ୟ ପ୍ରତିନିଧି ବାବୁନି ପ୍ରଧାନଙ୍କ ସମେତ ବହୁ ସଂଖ୍ୟକ ଅଙ୍ଗନୱାଡ଼ି କର୍ମୀ , ମିଶନ ଶକ୍ତି ମହିଳା ବୃନ୍ଦ , ୱାର୍ଡ ସଦସ୍ୟ ଏବଂ ଗ୍ରାମର ବହୁ ଗଣ୍ୟମାନ୍ୟ ବ୍ୟକ୍ତି   ଉପସ୍ଥିତ ଥିଲେ ।  ସନ୍ଧ୍ୟାରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ତାଙ୍କର ବାସଭବନରେ ପହଞ୍ଚି ପରିବାର ସଦସ୍ୟ ଙ୍କୁ  ଭେଟିବା ସହ କାଳୁ ଙ୍କ ସହ ସବିଶେଷ ଆଲୋଚନା କରି ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଫେରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ