ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି

ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ଅନ୍ତର୍ଗତ ବୁଢେଇଶୁଣି ପଞ୍ଚାୟତରେ ଜାନୁଆରୀ ୫ ତାରିଖ ଦିନ  ପଞ୍ଚାୟତ ସ୍ତରୀୟ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ତହସିଲଦାର ଦୀପ୍ତିମୟୀ ପାତ୍ରଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ । ଉକ୍ତ  କାର୍ଯ୍ୟକ୍ରମରେ ବୁଢେଇଶୁଣି ପଞ୍ଚାୟତରୁ ୩୫ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା। ସେଥିରୁ ୧୨ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଥିଲା ।  ୭ଜଣଙ୍କୁ ରାସନ୍ କାର୍ଡ, ୩ଟି ଘରପଟ୍ଟା ଦିଆଯାଇଥିବା ବେଳେ ୨ଜଣଙ୍କୁ ଅନ୍ତୋଦୟ ଗୃହ ବଣ୍ଟନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ମନୋଜ କୁମାର ପରିଡ଼ା, ଏବିଡିଓ ସୋନମ୍ ବେହେରା, ବ୍ଳକ ପଶୁ ଚିକିତ୍ସା ଅଧିକାରୀ ଭକ୍ତ ଚରଣ ଦଳାଇ, ସିଡିପିଓ ତିଳୋତ୍ତମା ରାଉତ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଜନଶୁଣାଣି ଅଫିସର ଲିପ୍ସା ରାଣୀ ଭଞ୍ଜ ପରିଚାଳନା କରିଥିଲା ବେଳେ ପିଇଓ କାହ୍ନୁ ପ୍ରଧାନ, ଏଡିଓ ସନ୍ତୋଷିନୀ ସାହୁ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ