ଚିରିକିପଡା ଶାସନରେ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣୀ
ପୋଲସରା (ଅନୀଲ କୁମାର ମହାରଣା) : ପୋଲସରା ବ୍ଲକ ଅନ୍ତର୍ଗତ ଚିରିକିପଡା ଶାସନ ପଞ୍ଚାୟତ ସଭା ଗୃହରେ ସେପ୍ଟେମ୍ବର ୨୨ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନ ଶୁଣାଣି କାର୍ଯ୍ୟକ୍ରମ ବିଡ଼ିଓ ଶଶୀ ଭୂଷଣ ମହାପାତ୍ରଙ୍କ ପରାମର୍ଶ କ୍ରମେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଜନଶୁଣାଣୀ କାର୍ଯ୍ୟକ୍ରମରେ ଚିରିକିପଡା ଶାସନ ଓ ନରସିଂହ ପଲ୍ଲୀ ଗ୍ରାମର ୧୦୭ ଜଣ ବ୍ୟକ୍ତି ସେମାନଙ୍କ ନାମ ପଞ୍ଜିକରଣ କରିଥିଲେ। ଏହି ଜନଶୁଣାଣୀରେ ବହୁଳ ମାତ୍ରାରେ ରାସନ କାର୍ଡ , ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ୧୦୭ ଗୋଟି ଅଭିଯୋଗ ଆସିଥିବା ବେଳେ ସେଥିରୁ ୫୦ ଟି ଅଭିଯୋଗ ଶିବିରରେ ସମାଧନ ହୋଇଥିଲା। ବଳକା ୫୭ ଟି ଅଭିଯୋଗର ପର୍ଯ୍ୟାୟ କ୍ରମେ ସମାଧାନ ହେବ ବୋଲି ଜଣାପଡିଛି। ଉକ୍ତ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର, ଏବିଡିଓ ସୋନମ୍ ବେହେରା, ସିଡିପିଓ ତିଳୋତ୍ତମା ରାଉତ, ଆଇଆଇସି କୌଶିକ ମାଝୀ, ବିଇଓ ଶ୍ରୀହର୍ଷବାବୁ ଖାଡଙ୍ଗା, ଚିରିକିପଡା ଶାସନ ସରପଞ୍ଚ ଭଗବାନ ସାହୁ, ଚିରିକିପଡା ଶାସନ ମେଡିକାଲ ଅଫିସର ଡାକ୍ତର ଚିନ୍ମୟୀ ପାଣିଗ୍ରାହୀ ଯୋଗଦେଇ ଅଭିଯୋଗ ଗ୍ରହଣ କରିଥିଲେ। ଧନେଇ ଜଳ ସେଚନ ବିଭାଗ ଯନ୍ତ୍ରୀ ସଞ୍ଜିବ ପଣ୍ଡା, ଖାଦ୍ୟଯୋଗାଣ ଅଧିକାରୀ ସନ୍ଦୀପ କୁମାର ବେହେରା, ଗ୍ରାମ୍ଯ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ମହେନ୍ଦ୍ର ତରାଇ, କ୍ଷୁଦ୍ର ଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ସନୁଜ୍ କୁମାର, ଯନ୍ତ୍ରୀ ଶ୍ରୀକାନ୍ତ ଜେନା, ବ୍ଳକ ପ୍ରାଣୀଧନ ଚିକିତ୍ସାଧିକାରୀ ଡାକ୍ତର ସୁବାଷ ଜେନା ସମେତ ବିଭିନ୍ନ ବିଭାଗର କର୍ମଚାରୀ ଓ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଚିରିକିପଡା ଶାସନ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହେମନ୍ତ କୁମାର ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।


