ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଜକର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସୋମବାର ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ଅନାମିକା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଭିଯୋଗ ଶୁଣାଣୀରେ ବ୍ରହ୍ମପୁର ମହାନଗର ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଦେବୀ , ତହସିଲଦାର ସନ୍ତୋଷ କୁମାର ସାହୁ , ସ୍ଥାନୀୟ ସରପଞ୍ଚ ରଶ୍ମୀତା କୁମାରୀ ପ୍ରଧାନ , ସମିତି ସଭ୍ୟା କାମିନୀ ପ୍ରଧାନ , ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ ପ୍ରଧାନ , ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ ଦାଶ , ଏଡିଓ ରାଜେନ୍ଦ୍ର ପଟ୍ଟନାୟକ , ଗିତାଞ୍ଜଳୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ଗ୍ରାମରୁ ୩୯ ଜଣ ହିତାଧିକାରୀ ନିଜର ବ୍ୟକ୍ତିଗତ ଏବଂ ଗ୍ରାମର ସମସ୍ୟା ନେଇ ପ୍ରଶାସନ ନିକଟରେ ଅଭିଯୋଗ ପତ୍ର ଦାଖଲ କରିଥିଲେ । ଜକର ଗ୍ରାମକୁ ଡ୍ରିମ୍ ଭିଲେଜ ଘୋଷଣା ପାଇଁ ସରପଞ୍ଚ ଉପସ୍ଥିତ ସରକାରୀ ଅଧିକାରୀ ମାନଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ଶୁଣାଣୀ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର କାର୍ଯ୍ୟରତ ଅଧିକାରୀ ବୃନ୍ଦ ଙ୍କ ସମେତ ସୁକାନ୍ତ ପାଣିଗ୍ରାହୀ,ପୁରୁଷୋତ୍ତମ ପ୍ରଧାନ, ମନୋଜ କୁମାର ପ୍ରଧାନ,ସନ୍ତୋଷ ସେଠୀ, ସିମାଞ୍ଚଳ ପ୍ରଧାନ ପ୍ରମୁଖ ଯୋଗଦେଇ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।