ରାଣୀଙ୍କୁ ସମ୍ବର୍ଦ୍ଧନା ଜଣାଇଲେ ପଞ୍ଚାୟତ ପ୍ରତିନିଧି

ହାଟଡିହି (ଓ୍ବାଇଏନଏସ):  ଶ୍ରମିକରୁ ଡାକ୍ତରୀ ଶିକ୍ଷା ଗ୍ରହଣ ଲାଗି ଯୋଗ୍ୟ ବିବେଚିତ ହୋଇଥିବା କେନ୍ଦୁଝର ଜିଲା ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ବୀଣାପାଟିଆ ଗ୍ରାମର ଦିନ ମଜୁରିଆ ଆଦିବାସୀ ପରିବାରର ଛାତ୍ରୀ ରାଣୀ ହେମ୍ବ୍ରମଙ୍କୁ ତାଙ୍କର ସଫଳତା ପାଇଁ ଆଜି ଢେଙ୍କା ପଞ୍ଚାୟତ ପ୍ରତିନିଧି ମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଛି। ଆଜି ଢେଙ୍କା ପଞ୍ଚାୟତର ସରପଞ୍ଚ ସୁବାସିନୀ ସେଠି, ସମିତିସଭ୍ୟା ସୁକାନ୍ତି ବିଶ୍ୱାଳ, ନିରଞ୍ଜନ ମୁଦୁଲି, ସୁବାସ ବିଶ୍ୱାଳ, ସନ୍ଦୀପ ସେଠି ପ୍ରମୁଖ ତାଙ୍କ ବାସ ବାସଭବନରେ ପହଞ୍ଚି ପୁଷ୍ପଗୁଛ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସେହିପରି ରାଣୀ ଙ୍କ ମା ଙ୍କ ନାମରେ ଯାଇଥିବା ଆବାସ ଗୃହ କାର୍ଯ୍ୟ ସମ୍ପୂଣ୍ଣ କରିବାକୁ ବିଡ଼ିଓ ପଦକ୍ଷେପ ନେଇଛନ୍ତି। ସେ ଏନେଇ ଢେଙ୍କା ପଞ୍ଚାୟତର ସରପଞ୍ଚ ଓ ପିଇଓ ଙ୍କ ସହିତ ଆଲୋଚନା କରିଛନ୍ତି। କିପରି ତାଙ୍କର ଘରଟି ସମ୍ପୂର୍ଣ୍ଣ କରାଯିବ ସେ ନେଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ