ବାଲିପଦରରେ ପଞ୍ଚୁଦଣ୍ଡ ମହାମିଳନ

ବୁଗୁଡା, (ଓ୍ବାଇଏନଏସ): ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦରର ଧାନ ମିଲ୍ ମାଲିକ ତ୍ରିନାଥ ସାସମଲଙ୍କ ମାନସିକ ପ୍ରକାରେ ବାଲିପଦରରେ ପଞ୍ଚୁଦଣ୍ଡ ମହାମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଗହଙ୍ଗୁ , ଏ.କରଡାବାଡି, ସୁନାକେରା, ବଣପଲ୍ଲୀ ଓ ପଙ୍କଳବାଡି ଗ୍ରାମର ମା ଦଣ୍ଡକାଳୀ ସମୂହ କର୍ତ୍ତାଙ୍କ ବାସଭବନ ସମ୍ମୁଖରେ ଧୁଳିଦଣ୍ଡ ସମାପନ ପରେ ସାମନ୍ତରା ବନ୍ଧ ଠାରେ ପାଣିଦଣ୍ଡ ଭାଙ୍ଗି କର୍ତ୍ତା ତ୍ରିନାଥ ସାସମଲଙ୍କ ବାସଭବନ ଠାରେ ମହାମିଳନ ହୋଇ ଅଗ୍ନିଦଣ୍ଡ ସମାପନ କରି ବାଲିପଦର ଜଙ୍କସନ୍ ଓ ମକର ପଡିଆ ଠାରେ ପଞ୍ଚ ଦଣ୍ଡଙ୍କ ମହାମିଳନ ଅନୁଷ୍ଠିତ ହୋଇଥିଲା। ସମସ୍ତ ଦଣ୍ଡ ଦଳ ପୂର୍ବ ପ୍ରସ୍ତୁତି ପ୍ରକାରେ ବିଭିନ୍ନ ସାହି ପରିକ୍ରମା କରି ନିଜନିଜ ଆସ୍ଥାନକୁ ପହଞ୍ଚି ଦଣ୍ଡ ସମାପନ କରିଥିଲେ। ସମସ୍ତ ସାହିର କର୍ମକର୍ତ୍ତାମାନଙ୍କୁ ନେଇ ଗଠିତ ପଞ୍ଚଦଣ୍ଡ କମିଟି ଦଣ୍ଡ ପରିଚାଳନା କରିଥିଲେ। ପାଞ୍ଚ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଏହି ପାବନ ଉତ୍ସବରେ ଯୋଗଦେଇ ମା’କାଳୀଙ୍କ ଦର୍ଶନ ଲାଭ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ