ପାରଳାଖେମୁଣ୍ଡିରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ମା’କୁ ହତ୍ୟା କଲା ନାବାଳିକା ଝିଅ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଏକ ଅଭାବନୀୟ ତଥା ଚାଞ୍ଚଲ୍ୟକର ଖବର ହସ୍ତଗତ ହୋଇଛି.ପାରଳାଖେମୁଣ୍ଡି ସହରରେ ପ୍ରେମିକା ସହ ମିଶି ମାକୁ ନିର୍ମମ ଭାବେ ହତ୍ୟା କରିଛି ଜଣେ ନାବାଳିକା ଝିଅ. ଘଟଣାରୁ ପ୍ରକାଶ, କିଛି ବର୍ଷ ତଳେ ସହରର ରାସ୍ତାକଡ଼ରେ ଅନାଥ ଭାବେ ପଡିଥ‌ିବା ଏକ ୭ ଦିନର କନ୍ୟାକୁ କୋଳେଇ ଆଣି ଅତି ସରାଗରେ ଲାଳନପାଳନ କରିଥିଲେ ମା. କନ୍ୟାର ଉତ୍ତମ ଶିକ୍ଷାଦାନ ପାଇଁ ସୁଦୂର ଭୁବନେଶ୍ବର ଛାଡ଼ି ଝିଅ ସହ ପାରଳାଖେମୁଣ୍ଡିକୁ ଛୁଟି ବିତେଇବା ପାଇଁ ଆସିଥିଲେ ମା’। ଏଠାରେ କେନ୍ଦ୍ରୀୟ ବିଦ୍ୟାଳୟରେ ପାଠପଢାଇ ଉଚ୍ଚଶିକ୍ଷିତା କରିବାକୁ ମା’ ଆଶା କରିଥିଲେ । ହେଲେ ଝିଅର ପ୍ରେମ ସବୁକିଛି ଓଲଟପାଲଟ କରିଦେଲା। ପ୍ରେମିକ ସହ ମିଶି ମା’କୁ ହତ୍ୟା କଲା ନାବାଳିକା ଝିଅ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଗଜପତି ଜିଲା ପାରଳାଖେମୁଣ୍ଡି ସହର ତେଲି ଶୁଣ୍ଢିସାହିରେ। ଘଟଣାଟି ଗତ ୨୯ ତାରିଖରେ ଘଟିଥିଲେ ମଧ୍ୟ ନାବାଳିକା କନ୍ୟାର ଇନଷ୍ଟାଗ୍ରାମ ଚାଟ୍‌ରୁ ଗତକାଲି ଗୁରୁବାର ଏହି ଘଟଣା ଲୋକଲୋଚନକୁ ଆସିଛି. ସୂଚନା ମୁତାବକ, ପାଠ ପଢିବା ପାଇଁ ଭୁବନେଶ୍ବରରୁ ଆସି ଝିଅ ସହ ଭଡ଼ା ଘରେ ୪ ବର୍ଷ ହେଲା ରହୁଥିଲେ ମା’ ରାଜଲକ୍ଷ୍ମୀ କର। ପାରଳାଖେମୁଣ୍ଡି କେନ୍ଦ୍ରୀୟ  ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀର ପାଠ ପଢୁଥିଲେ ନାବାଳିକା ଏହି କନ୍ୟା । ସ୍ଥାନୀୟ ଜଣେ ଯୁବକଙ୍କ ସହ ସେ ପ୍ରେମରେ ପଡି ଅନୈତିକ କାମ କରୁଥିଲା । କୌଣସି ମତେ ପ୍ରେମିକ ସହ ନାବାଳିକା ଝିଅର ଅନୈତିକ ସମ୍ପର୍କ ଜାଣିବା ପରେ ପ୍ରତିବାଦ କରିଥିଲା ମା’ ରାଜଲକ୍ଷ୍ମୀ। ଏଥିରେ ବିବ୍ରତ ହୋଇ ପ୍ରେମିକ ସହ ମିଶି ମା’କୁ ସବୁଦିନ ପାଇଁ ରାସ୍ତାରୁ ହଟାଇବାକୁ ଷଡ଼ଯନ୍ତ୍ର ରଚିଥିଲା ଅଭିଯୁକ୍ତ ନାବାଳିକା ଝିଅ। ପ୍ରଥମେ ଖାଦ୍ୟରେ ନିଶା ବଟିକା ଦେଇ ଅଚେତ କରାଇବା ପରେ ପ୍ରେମିକ ଓ ଜଣେ ସହଯୋଗୀ ସହ ମିଶି ମୁହଁରେ ତକିଆ ଦେଇ ଶ୍ଵାସରୁଦ୍ଧ କରି ଗତମାସ ୨୯ ତାରିଖରେ ମା’କୁ ହତ୍ୟା କରିଥିବା ଜଣାପଡ଼ିଛି। ମା’ର ମୃତ୍ୟୁ ପରେ ଯୋଜନାବଦ୍ଧ ଭାବେ ହୃଦଘାତରେ ମୃତ୍ୟୁବରଣ କରିଥିବା ଦର୍ଶାଇ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରୁ ମୃତଶରୀରକୁ ଭୁବନେଶ୍ବର ନେଇ ପରିବାର ଓ ସମ୍ପର୍କୀୟଙ୍କ ସହଯୋଗରେ ଶେଷକୃତ୍ୟ ସମ୍ପନ୍ନ କରିଥିଲା ଝିଅ। ପରବର୍ତ୍ତୀ ସମୟରେ ବିଭିନ୍ନ ମାଧ୍ଯମରେ ପ୍ରେମିକ ସହ ଯୋଗାଯୋଗରେ ରହିଥ‌ିବା ବେଳେ ଝିଅ ଓ ପ୍ରେମିକର ବାର୍ତାଳାପରୁ ପରିବାର ଲୋକଙ୍କ ସନ୍ଦେହ ଉପୁଜିଥିଲା। ପରେ ଏହାକୁ ନେଇ ଉଭୟଙ୍କ ସୋସିଆଲ ମିଡ଼ିଆ । ଇନଷ୍ଟାଗ୍ରାମ ଚାଟରୁ ସନ୍ଦେହ ଘନୀଭୂତ ହୋଇଥିଲା। ପରେ ଘଟଣାର ତଦନ୍ତ ପୁଲିସକୁ ଅନୁରୋଧ କରିଥିଲେ ପରିବାର । ପୁଲିସ ଘଟଣାର ତଦନ୍ତ କରି ଉଭୟଙ୍କୁ ଅଟକ ରଖୁଛି । ଅଧୂକ ତଦନ୍ତ ପାଇଁ ଅଭିଯୁକ୍ତ ଝିଅକୁ ହତ୍ୟା ଘଟାଇ ଥିବା ଘରକୁ ନେଇ ଘଟଣାର ଦୃଶ୍ୟ ପୁନରାବୃରି କରିଛି ପାରଳାଖେମୁଣ୍ଡି ପୋଲିସ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ