ଗଜପତିର ଚଞ୍ଚଡ଼ାପଲ୍ଲୀ ଗାଁରେ ପିଇବା ପାଣି ସଙ୍କଟ: ଟଙ୍କା ଦେଇ ଲୋକେ କିଣିକି ପିଉଛନ୍ତି ପାଣି
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ମୋହନା ବ୍ଲକରେ ପ୍ରଚଣ୍ଡ ରୌଦ୍ର ତାପ ପ୍ରଭାବରେ ପ୍ରବଳ ଜଳ ସଙ୍କଟ ଦେଖା ଦେଇ ଛି. ନଈ ନାଳ, ଝରଣା ଓ କୁଅଁ ପାଣି ଶୁଖି ପାନୀୟ ଜଳ ସଙ୍କଟ ଦେଖାଦେଇଛି । ଫଳରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହୋଇଛି. ତେଣୁ ଲୋକେ ଏକ ବୈଠକ କରି ଏକ ଟ୍ୟାଙ୍କର ମାଧ୍ୟମରେ ଦୈନିକ ୧୫୦୦ ଟଙ୍କା ଦେଇ ପାଣି କିଣି ପିଇବା ପାଇଁ ନିର୍ଧାରଣ କରିଥିବା ସୂଚନା ମିଳିଛି. ଟ୍ୟାଙ୍କର ଗାଡ଼ି ଲାଗିବା ମାତ୍ରେ ପିଲାଠୁ ଆରମ୍ଭ କରି ଯୁବା ଓ ବୃଦ୍ଧା ବୟସ୍କ ବ୍ୟକ୍ତି ନିଜ ନିଜର ହାଣ୍ଡି ମାଠିଆ ଧରି ଧାଡ଼ି ବାନ୍ଧି ଠେଲା ଫେଲା ହୋଇ ପାଣି ନିଜ ଘରକୁ ନେଉଛନ୍ତି । ଜୋରଜାର ମୁଲକ ତାର ସେଭଳି ନୀତିରେ ଲୋକେ ପାଣି ପାଣି ସଂଗ୍ରହ କରୁଛନ୍ତି. ଯିଏ ଦୁର୍ବଳ ସେ ପାଣି ପାଇବାରେ ବଞ୍ଚିତ ଏପରି ସମସ୍ୟା ଦେଖାଦେଇଛି ଗଜପତି ଜିଲ୍ଲା, ମୋହନା ବ୍ଲକର ଖାରୀଗୁଡା ପଞ୍ଚାୟତ ଅଧିନସ୍ଥ ଚଞ୍ଚଡ଼ାପଲ୍ଲୀ ଗାଁରେ. ଏହି ଗାଁରେ ୩୨ପରିବାର ବସବାସ କରୁଛନ୍ତି ଜନ ସଂଖ୍ୟା 300 ରୁ ଉର୍ଦ୍ଧ ରହିଛି । କୁଅଁ ଓ ନଳ କୂପ ଗୋଟିଏ ଲେଖାଏଁ ରହିଛି କୁଅଁ ଓ ନଳ କୁପରେ ଦୈନିକ ୨ରୁ ୩ହାଣ୍ଡି ପାଣି ମିଳୁଛି ଏ ନେଇ ଗ୍ରାମର ମୁଖିଆ ଜାମେସ ଶବର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇଛନ୍ତି. ଏଥିସହ ପାନୀୟ ଜଳ ଯୋଗାଣ ବିଭାଗକୁ ମଧ୍ୟ ଅବଗତ କରିଛନ୍ତି. ତଥାପି କୌଣସି ସୁଫଳ ମିଳି ନ ଥିବା ସେ କହିଛନ୍ତି । ଏହି ପାନୀୟ ଜଳ ସଙ୍କଟ ସମାଧାନ କରା ନ ଯାଏ ତେବେ ଆଗାମୀ ଦିନରେ ଲୋକେ ରାସ୍ତା ରୋକ୍ କରିବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି ଚଞ୍ଚଡ଼ାପଲ୍ଲୀ ଗାଁ ଲୋକେ । ବର୍ତ୍ତମାନ 1500 ଟଙ୍କା ଦେଇ ପାଣି କିଣି ପିଉଛନ୍ତି. ସରକାର ତଥା ଜିଲ୍ଲା ପ୍ରଶାସନ ଏନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି.