ଶିକ୍ଷକ ନିଯୁକ୍ତି ଦାବିରେ ୪ଦିନ ହେଲା ଛାତ୍ରଛାତ୍ରୀଙ୍କୁ ସ୍କୁଲ ଛାଡୁ ନାହାନ୍ତି ଅଭିଭାବକ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଡ଼ଅଁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେବାର ୧୧ଦିନ ପରେ ମଧ୍ୟ ଶିକ୍ଷକ ନିଯୁକ୍ତି ନହେବାରୁ ଗତ ଶୁକ୍ରବାର ଠାରୁ ଅଭିଭାବକ ମାନେ ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଛାଡୁ ନାହାନ୍ତି। ଫଳରେ ଶୁକ୍ରବାର ଠାରୁ ସେଠାରେ ନିଯୁକ୍ତ ଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରତିଦିନ ଆସି ବସି ବସି ଘରକୁ ଫେରୁଛନ୍ତି। ଅଭିଭାବକଙ୍କ ଅଭିଯୋଗ ଅନୁଯାଇ  ଏହି ବିଦ୍ୟାଳୟଟି ଏ ଅଞ୍ଚଳର ସର୍ବ ପୁରାତନ ବିଦ୍ୟାଳୟ ହୋଇଥିବା ବେଳେ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ମୋଟ ୮ଟି ଶ୍ରେଣୀ ସହିତ ଶିଶୁ ବାଟିକା ମଧ୍ୟ ଅଛି। ୯ଟି ଶ୍ରେଣୀରେ ମୋଟ ୨୧୪ ଜଣ ଛାତ୍ରଛାତ୍ରୀ  ଅଧୟନ କରୁଥିବା ବେଳେ ପୂର୍ବରୁ ଏଠାରେ ୮ ଜଣ ଶିକ୍ଷକ ଥିଲେ। ଏବେ ୫ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି। ଫଳରେ ଶିକ୍ଷାଦାନ ଠିକ ଭାବେ ହୋଇ ପାରୁନି।  ଅଧିକ ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ଅଭିଭାବକ ମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେବି କୌଣସି ପଦକ୍ଷେପ ନିଆଯାଇ ନାହିଁ। ଗତ ୨୪ ତାରିଖ ଧାରଣା ଦେବାଦିନ ସହ ଶିକ୍ଷା ଅଧିକାରୀ ଶିକ୍ଷକ ନିଯୁକ୍ତି ନେଇ ପ୍ରତିଶୃତି ଦେବାପରେ  ଆନ୍ଦୋଳନରୁ ହଟିଥିଲା। ପରେ ଜଣେ ପାର୍ଟ ଟାଇମ ଶିକ୍ଷକ ନିଯୁକ୍ତି ଦେଇଥିଲେ ବି ଅଭିଭାବକ ମାନେ ତାଙ୍କୁ ଗ୍ରହଣ କରୁ ନାହାନ୍ତି। ଜଣେ ନିୟମିତ ଶିକ୍ଷକ ନିଯୁକ୍ତିଦେବାକୁ ସେମାନେ ଅଡ଼ି ବସିଛନ୍ତି।  ଏ ସମ୍ପର୍କରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇଙ୍କୁ ପଚାରିବାରୁ ସେଠାକୁ  ଜଣେ ଶିକ୍ଷକ ଦିଆ ଯାଇଛି। ମୁଣ୍ଡ ଉପରେ ପରୀକ୍ଷା ଥିବାରୁ ଏବେ ଅନ୍ୟ କେଉଁ ସ୍କୁଲରୁ ଶିକ୍ଷକ ସ୍ଥାନାନ୍ତର କରିବା ସମ୍ଭବ ହେଉନି। ସରକାର ନୂତନ ଶିକ୍ଷକ ନିଯୁକ୍ତି କଲେ ନଚେତ ପରୀକ୍ଷା ପରେ ସେ ସ୍କୁଲରେ ଶିକ୍ଷକ ଦିଆଯିବ ବୋଲି କହିଛନ୍ତି। ତେଣୁ ଅଭିଭାବକ ମାନେ ସେମାନଙ୍କ ପିଲା ମାନଙ୍କୁ ସ୍କୁଲ ଛାଡ଼ନ୍ତୁ ବୋଲି ବିଇଓ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ