ହଳଦିଆ ତୈଳିକ ବୈଶ୍ୟ ସମାଜର ଆଲୋଚନା ସଭା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ଚିକିଟି ଓ ଖେମୁଣ୍ଡି ହଳଦିଆ  ବୈଶ୍ୟ ସମାଜ ର ଆଲୋଚନା ସଭା  ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ ନିକଟସ୍ଥ ମା’ ରତନେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ବୈଶ୍ୟ ସମାଜର  କେନ୍ଦ୍ରୀୟ ସଭାପତି ଦଣ୍ଡାସି ସାହୁ ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ତୈଳିକ ସମାଜର ଉପଦେଷ୍ଟା  ଯୋଗୀ ସାହୁ, ମୁଖ୍ୟ ନିର୍ବାଚନ ଅଧିକାରୀ  ଧର୍ମା ସାହୁ, ଉପସଭାପତି  ପ୍ରଶାନ୍ତ ସାହୁ, ସଙ୍ଗଠନ ସମ୍ପାଦକ  ନୀଳମଣି ସାହୁ, ସହ ସମ୍ପାଦକ  ବିନୋଦ ସାହୁ, ସହ କୋଷାଧ୍ୟକ୍ଷ  କ୍ରିଷ୍ଣା ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ଥିଲେ। ବୈଶ୍ୟ ସମାଜର ସାଙ୍ଗଠନିକ ଅଭିବୃଦ୍ଧି ନିମନ୍ତେ ସଭାରେ ବିସ୍ତୃତ ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ସଭାରେ ୧୧ ସଭ୍ୟା ସଭ୍ୟ ଙ୍କ ବିବିଧ ସମସ୍ୟା ସମ୍ପର୍କିତ ଅଭିଯୋଗ ବିଚାର ନିମନ୍ତେ ଗ୍ରହଣ କରାଯାଇଥିଲା। ସାନଖେମୁଣ୍ଡି ଓ ସୋରଡ଼ା ଆଞ୍ଚଳିକ ଗ୍ରାମ୍ୟ ପରିଷଦ ଅଧିନ ବିଭିନ୍ନ ଗ୍ରାମରୁ ଆସିଥିବା ପ୍ରାୟ ୧୫୦  ଅସହାୟ ବୃଦ୍ଧା ବୃଦ୍ଧ ଙ୍କୁ ଦେବରାଜ ସାହୁ ଙ୍କ ଦ୍ଵାରା ପ୍ରଦତ୍ତ ଶୀତବସ୍ତ୍ର ଗୁଡ଼ିକୁ ମୁଖ୍ୟଅତିଥି ତଥା କେନ୍ଦ୍ରୀୟ ସଭାପତି  ବଣ୍ଟନ କରିଥିଲେ। ସଭାରେ ଅନ୍ୟାନ୍ୟ ଆଞ୍ଚଳିକ କମିଟି ସଭାପତି ଓ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ