ପାରଳା ବିଧାୟକଙ୍କ ଦ୍ୱାରା ସିଙ୍ଗିପୁର ଠାରୁ ପର୍ଶୁରାମପୁର ରାସ୍ତା ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):  ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୁର ପଞ୍ଚାୟତ ସିଙ୍ଗିପୁର ଗ୍ରାମ ରେଳଟ୍ରାକ ଠାରୁ ପର୍ଶୁରାମପୁର ରାସ୍ତାର ନିର୍ମାଣ କାର୍ଯ୍ୟକୁ ଆଜି ଶୁଭ ଦେଲେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ।  ଭାରତ ସ୍ୱାଧୀନ ହେବା ବହୁ ବର୍ଷ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହି ରାସ୍ତା କାର୍ଯ୍ୟ ହୋଇନଥିଲା,  ବର୍ତ୍ତମାନ ସ୍ଥାନୀୟ ସରପଞ୍ଚ ତେଜେଶ୍ୱର ରାଓ ବିଧାୟକ ଙ୍କୁ ଅବଗତ କରିଥିଲେ, ବିଧାୟକ ବିକଶିତ ଗାଁ ବିକଶିତ ଓଡ଼ିଶା ସ୍କିମ୍ ରୁ ତିନି ଲକ୍ଷ ଟଙ୍କା ଦିଆଯାଇଛି, ସମ୍ପୂର୍ଣ ହେବାପାଇଁ  ଆବଶ୍ୟକ ଅଧିକା ରାଶି ବିଧାୟକ ଙ୍କ ନିଜସ୍ୱ ପାଣ୍ଠି ରୁ ଦେବେ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି,  ଏହି ରାସ୍ତା କାର୍ଯ୍ୟ କରିବା ପାଇଁ ବେସରକାରୀ ଜମି ନିଜସ୍ୱ ଇଚ୍ଛା ରେ 50 ସେଣ୍ଟ ରାସ୍ତା ନିମନ୍ତେ ବିନା ମୂଲ୍ୟରେ ପ୍ରଦାନ କଲେ ସ୍ଥାନୀୟ ସରପଞ୍ଚ ଙ୍କ ବାପା ତଥା ବରିଷ୍ଟ ବିଜେଡି ନେତ କାଳିପାଲି ରାମମୂର୍ତ୍ତି ନାଇଡୁ, ଏହି ରାସ୍ତା ହେବା ଦ୍ଵାରା କାଶୀନଗର ବ୍ଲକ ସୀତାପୁର ଗ୍ରାମ ଠାରୁ ଗୁମ୍ମା ବ୍ଲକ ସୀତାନଗର,ସୁଲତାବାଡ଼ା,ରାମନଗର, କୁର୍ଣ୍ଣଲାଗଡା, ରୁଗୁଡ଼ିସିଂ  ଓ ତୁଲତାବାଡା ଗ୍ରାମ କୁ ସଂଯୋଗ ହେବ ଓ ଗ୍ରାମ ବାସି ମାନଙ୍କ  ସ୍ୱାସ୍ଥ୍ୟ ଓ ଶିକ୍ଷା ପାଇଁ ଛାତ୍ରଛାତ୍ରୀ ମାନଙ୍କ ଯିବା ଆସିବା ସୁବିଧା ହେବା ବୋଲି ସ୍ଥାନୀୟ ଲୋକମାନେ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ