ପାରଳା ରେଳ ଷ୍ଟେସନର ସର୍ବାଙ୍ଗୀନ ବିକାଶ ପାଇଁ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟିର ଅଧକ୍ଷଙ୍କୁ ଭେଟିଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳା ରେଳ ଷ୍ଟେସନର ସର୍ବାଙ୍ଗୀନ ବିକାଶ ପାଇଁ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟିର ଅଧକ୍ଷଙ୍କୁ ଭେଟି ଲିଖିତ ଦାବି ଜଣାଇଲେ ପାରଳାର ବିଧାୟକ. ଆଜି ପୁରୀ ଠାରେ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟି ଅଧକ୍ଷ ତଥା ରାଜ୍ୟସଭା ସାଂସଦ ସିଏଚ ରମେଶଙ୍କ ଅଧକ୍ଷତାରେ ଆୟୋଜିତ ହୋଇଥିଲା, ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ବହୁ ବ୍ୟସ୍ତତା ମଧ୍ୟରେ ଥାଇ ମଧ୍ୟ ପ୍ରବଳ ଶୀତ ଓ କୁହୁଡିକୁ ଖାତିର ନକରି ସକାଳ 4 ଘଣ୍ଟା ସମୟରେ ପାରଳାଖେମୁଣ୍ଡିରୁ ବାହାରି ପୁରୀରେ ପହଞ୍ଚି ,ଏହି ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଯୋଗଦେଇଥିଲେ, ପାରଳାର ମୁଖ୍ୟତ ଶାନ୍ତିନଗର, ଖିଙ୍ଗା ଗ୍ରାମକୁ ଯିବାଆସିବା ଅସୁବିଧା ନେଇ ଗ୍ରାମବାସି ଅଳ୍ପ କିଛିଦିନ ତଳେ ବିଧାୟକଙ୍କୁ ଅବଗତ କରିଥିଲେ , ସେଠାରେ ଏକ ଓଭର ବ୍ରିଜ ନିର୍ମାଣ ବିଷୟ ନେଇ ବିଧାୟକ ଲିଖିତଭାବେ ରେଳବାଇ ଷ୍ଟାଣ୍ଡିଙ୍ଗ କମିଟିକୁ ଜଣାଇଛନ୍ତି, ଏଥି ସହ ଭଦ୍ରକ ଠାରୁ ପଲାସା ଚଳାଚଳ କରୁଥିବା ଡିଏମୟୁ ଟ୍ରେନକୁ ପାରଳାଖେମୁଣ୍ଡି ଦେଇ ଗୁଣୁପୁର ପର୍ଯନ୍ତ ଓ ଗୁଣୁପୁର ଠାରୁ ବିଶାଖାପାଟଣା ଚଳାଚଳ କରୁଥିବା ଟ୍ରେନକୁ ହାଇଦ୍ରାବାଦ ପର୍ଯ୍ୟନ୍ତ ସମ୍ପ୍ରସାରଣ କରିବା ନେଇ ଲିଖିତ ପତ୍ର ପ୍ରଦାନ କରି ଓଡ଼ିଶା ଗଠନରେ ଯାହାର ଭୂମିକା ରହିଥିଲା ସେଇ ମହାନ୍ ବ୍ୟକ୍ତିତ୍ଵ ତଥା ପାରଳା ମହାରାଜା ଶ୍ରୀ ସ୍ବର୍ଗତ କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତି ପାରଳାଖେମୁଣ୍ଡି ଷ୍ଟେସନ ସମ୍ମୁଖରେ ପ୍ରତିଷ୍ଠା କରିବା ପାଇଁ ଅନୁରୋଧ କରିଛନ୍ତି.


