ସରକାରୀ ଅଫିସରଙ୍କ ଦାୟିତ୍ୱହୀନତା: 15 ବର୍ଷ ଧରି ଗଜପତିର ଜଣେ ଶିକ୍ଷକ ମାସିକ ପେନସନ ଉଠାଉଛନ୍ତି ଦୁଇଟି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ସରକାରୀ ଅଫିସରଙ୍କ ଦାୟିତ୍ୱହୀନତା ଯୋଗୁଁ ଦୀର୍ଘ 15 ବର୍ଷ ଧରି ଗଜପତିର ଜଣେ ଶିକ୍ଷକ ମାସିକ ଦୁଇଟି ପେନସନ ଉଠାଉଥିବା ଜଣାପଡିଛି. ଏଠାରେ ସୂଚନାଯୋଗ୍ୟଯେ, ଗଜପତି ଜିଲା ମୋହନା ବ୍ଲକରେ ଶିକ୍ଷା ବିଭାଗରେ କାର୍ଯ୍ୟ କରି ଜଣେ ସ୍କୁଲ ଶିକ୍ଷକ ୨ଟି ପେନସନ ନେଉଥିବା ନଜରକୁ ଆସିଛି। ୨୦୧୦ ମସିହାରୁ ବର୍ତ୍ତମାନ ସୁଦ୍ଧା ଦୀର୍ଘ ୧୫ ବର୍ଷ ହେଲା ଶିକ୍ଷକ ଜଣକ ୨ଟି ପେନସନ ହାତେଇଛନ୍ତି। ଏହା କିପରି କେହି ଜାଣିପାରିଲେନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏବେ ଘଟଣାର ତଦନ୍ତ ପାଇଁ ରାଜ୍ୟ କୋଷାଗାର ତଥା ହିସାବ ରକ୍ଷକ ଭବନରୁ ପତ୍ର ସଂଖ୍ୟା ୧୨୧୩୧/ ତାରିଖ ୨୦/୧୧/୨୦୨୫ରେମୋହନା ବ୍ଳକ ଶିକ୍ଷାଧିକାରୀ ଓ ମୋହନା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ସୂଚନା ମୁତାବକ ୨୦୧୦ ମସିହାରୁ ଅବସର  ନେଇଥିବା ଏହି ଶିକ୍ଷକ ସରକାରଙ୍କ ଠାରୁ ଦୁଇଟି ଲେଖାଏଁ ପେନସନ ପାଉଥିବା ନଜରକୁ ଆସିଛି। ଗଜପତି ଜିଲାର ଶିକ୍ଷକ ରାଧାକୃଷ୍ଣ ଆଚାର୍ଯ୍ୟ ନାମରେ ଏଭଳି ତଦନ୍ତ ନିର୍ଦେଶ ଆସିଛି. ଏହି ଶିକ୍ଷକ ଗଜପତି ଜିଲା ମୋହନା ବ୍ଳକ ବେତାରସିଂ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ। ସେ ୨୦୧୦ ମସିହା ସେପ୍ଟେମ୍ବର ୩୦ରେ ଅବସର ନେଇଥିଲେ। ଏହାପରେ ତତ୍କାଳୀନ ବିଡ଼ିଓଙ୍କ ସୁପାରିସ ପତ୍ର ୩୧୧ କ୍ରମେ ମେ ୧୪/୨/୨୦୧୧ରୁ ତାଙ୍କର ପେନ ଲାଗୁ ହୋଇଥିଲା। ଏହାପରେ ସେହି ଶିକ୍ଷକଙ୍କ ନାମରେ ପୁଣି ୨୦୧୨ ମସିହା ଏପ୍ରିଲ ୧୨ ତାରିଖରେ ତତ୍କାଳୀନ ମୋହନା ବିଡ଼ିଓଙ୍କ ସୁପାରିସ ପତ୍ର ସଂଖ୍ୟା ୯୪୧ରେ ପେନସନ ପ୍ରଦାନ ପାଇଁ ଉଲ୍ଲେଖ ରହିଛି। ସବୁ ଜାଣିଶୁଣି ଶିକ୍ଷକ ଜଣକ ଦୁଇଟି ପେନସନ ହାତେଇ ନିରବ ରହିଛନ୍ତି। ୧୫ ବର୍ଷ ପରେ ଏହା ପଦାରେ ପଡିଛି। ଯାହାକୁ ବ୍ଳକ ଶିକ୍ଷା ଅଧିକାରୀ ଓ ବିଡ଼ିଓଙ୍କୁ ତଦନ୍ତ ପାଇଁ ଚିଠି ମାଧ୍ୟମରେ ନିର୍ଦେଶ ଦେଇଛନ୍ତି. ରାଜ୍ୟ କୋଷା କର୍ତ୍ତୃପକ୍ଷ କିପରି ଜଣେ ବ୍ୟକ୍ତି ଦୁଇଟି ପେନସନ ପାଉଛନ୍ତି ତାହା ଜାଣିପାରିଲେନି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ