ଯାତ୍ରୀ ବିଶ୍ରାମାଗାର ପାଲଟିଛି ମଦୁଆଙ୍କ ଆଡା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ସଦର ମହକୁମାରେ ମଦ୍ୟପଙ୍କ ଆସର ବଢିବାରେ ଲାଗିଛି । ବିଶେଷ କରି ସଞ୍ଜ ନଇଁଲେ ମଦୁଆ ମାନେ ସାଙ୍ଗ ସାଥି ହୋଇ ଗ୍ରାମର ନିଛାଟିଆ ସ୍ଥାନରୁ ଆରମ୍ଭ କରି ମଠ ମନ୍ଦିର ବାରଣ୍ଡା, ମୁଖ୍ୟରାସ୍ତା କଡ, ଖୋଲା ପଡିଆ, ଜମି ହୁଡାରେ ଆସର ଜମାଇଥାନ୍ତି । ମଦ ପିଇବା ପାଇଁ ସ୍ଥାନ କାଳ ପାତ୍ର ଦେଖୁନାହାନ୍ତି ମଦ୍ୟପମାନେ । ଏପରିକି ପି  ସାରିବା ପରେ ଖାଲି ବୋତଲ ଓ ଆଣିଥିବା ଚାଖଣା ଗୁଡିକର ଅବଶିଷ୍ଟ ଗୁଡିକୁ ଏଣେତେଣେ ପକାଇଦେଉଛନ୍ତି । ଫଳରେ ପରିବେଶ ନଷ୍ଟ ହେଉଥିବା ବେଳେ ଏହାର କୁପ୍ରଭାବ ଅନ୍ୟ ଉପରେ ପଡୁଛି । ଏମାନେ ଏତେ ମତୁଆଲା ହେଉଛନ୍ତି ଯେ କେଉଁଠାରେ ବସି ମଦ ପିଉଛନ୍ତି ତାହା ଦେଖୁନାହାନ୍ତି । ବ୍ଲକ ସଦରମହକୁମା ମୁଖ୍ୟ ଛକରେ ଠାରେ ଥିବା ଏକ ଯାତ୍ରୀବିଶ୍ରାମାଗାରକୁ ମଧ୍ୟ ଏମାନେ ଛାଡୁନାହାନ୍ତି । ସ୍ଥାନୀୟ ଲୋକେ କହିବା ପ୍ରକାରେ ଏଠାରେ ଦିବା ରାତ୍ର ମଦୁଆଙ୍କ ଆସର ଜମୁଛି । ତେଣୁ ଯାତ୍ରୀମାନେ ଏହି ବିଶ୍ରାମାଗାରରେ ବସିବାକୁ ସୁରକ୍ଷିତ ମଣୁନାହାନ୍ତି । ବିଶେଷ କରି ମହିଳା ଓ ଯୁବତୀ ମାନେ ଯାତ୍ରୀବାହୀ ଯାନବାହାନକୁ ଜଗିବା ପାଇଁ ରାସ୍ତାକଡରେ ଘଣ୍ଟା ଘଣ୍ଟା ଧରି ଠିଆ ରହୁଛନ୍ତି । ହେଲେ ଏହି ବିଶ୍ରାମାଗାରକୁ ଯାଉନାହାନ୍ତି । ମଦ ପିଇ ସାରିବା ପରେ ଖାଲି ବୋତଲ ଗୁଡିକୁ ଏହି ବିଶ୍ରାମାଗାରରେ ପକାଇଦେଇ ଚାଲିଯାଉଥିବା ଏବଂ ଏହାର ସଫେଇ କେହି କରୁନଥିବାରୁ କୁଢ କୁଢ ମଦବୋତଲ ପଡି ରହିଥାଉଛି । ତେଣୁ ଏହି ଅଞ୍ଚଳରେ ପୋଲିସ ପେଟ୍ରୋଲିଂକୁ କଡାକଡି କରିବା ପାଇଁ ସାଧାରଣରେ ଦାବି ହୋଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ