ନୂଆପଡ଼ାଠାରେ ପାଟ ଯାତ୍ରା ମହୋତ୍ସବ

କୋକସରା,( ଗଣେଶ କୁମାର ଭାଟି ): ଦିର୍ଘ ୭୦ ବର୍ଷ ପରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରେ ବସବାସ କରୁଥିବା ଦିଶାରୀ ପରିବାର ର ପାଟ ଯାତ୍ରା ମହୋତ୍ସବ କୋକସରା ବ୍ଳକ ଟେମରା ପଞ୍ଚାୟତର ନୂଆପଡ଼ାଠାରେ ଅନୁଷ୍ଠିତ ହୋଇଛି। ଗତ ୨ ଦିନ ଧରି ଚାଲିଥିବା ଏହି ପାଟଯାତ୍ରା ମହୋତ୍ସବରେ କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଦିଶାରୀ ପରିବାର ବଂଶୀୟ ଓ ବନ୍ଧୁ ବାନ୍ଧବ ଯୋଗଦେଇ ଥିଲେ। ପ୍ରଥମ ଦିବସରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ ଦିନରେ ମୁଖ୍ୟ ପୂଜା ଅନୁଷ୍ଠିତ ହୋଇଥିଲା। ଉକ୍ତ ପାଟ ଯାତ୍ରାରେ କୂଳଦେବତା ଭୈରବ ଦେବ, ମା’ ଠାକୁରାଣୀ, ପେଣ୍ଡ୍ରାଣୀ, କାଳୀ ସୁନ୍ଦରୀ, ଝିଟକୁଡୁମା, ଗୁରୁଡୁମା, ଚାରିଗୈରାସି, ଜେନାବୁଡା, କାଡେନ, ଲେଙ୍ଗାଚେଙ୍ଗା, ତେଟ ସହିତ ଗ୍ରାମ୍ୟ ଦେବାଦେବୀ, ମାଟି ମାତା ଓ ଗ୍ରାମ୍ୟ ପୁଝାରୀଙ୍କ ଘରୁ ଲାଠି କୂର୍ଷି ଆସି ପୂଜାର୍ଚ୍ଚନା କରାଯାଇଥିଲା। ଜତିନ୍ଦ୍ର ଦିଶାରୀ, ଲାଲ ଦିଶାରୀ, ଜୟଲାଲ ଦିଶାରୀ, ଇଶ୍ବରାମ ଦିଶାରୀ, ଦିଗାମ ଦିଶାରୀ, ହର ଦିଶାରୀ ପ୍ରମୁଖ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ପାଟଯାତ୍ରାର ଉଦଯାପନୀ ଉତ୍ସବରେ ଏକ ସାମାଜିକ ବୈଠକ ଅନୁଷ୍ଠିତ ହୋଇଥିଲା। କମିଟିର ସଭାପତି ପାରେଶ୍ବର ପୁଝାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଆଦିବାସୀ ସମାଜର ସମ୍ପାଦକ ରୁତୁରାଜ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଳକଣ୍ଠ ମାଝୀ ମୁଖ୍ୟବକ୍ତା, ରଣସାଏ ପାତ୍ର, କ୍ଷିତିରାମ ପାତ୍ର, ଲୋକନାଥ ପାତ୍ର, ତୋଫାନ ମାଝୀ, ବୃନ୍ଦାବନ ପୁଝାରୀ, ଶୁଶାନ୍ତ ମାଝୀ, କ୍ଷେରୋଦ ମାଝୀ, ଚକାଡୋଳା ପାତ୍ର, ଜଗଦୀଶ ମାଝୀ, ଚନ୍ଦ୍ରକାନ୍ତ ପାତ୍ର, ହିମାଞ୍ଚଳ ପୁଝାରୀ, ପାରେଶ୍ବର ଧ.ମାଝୀ, ହଲଧର ସୋରୀ, ଗଣେଶ ପୁଝାରୀ, କାର୍ତ୍ତିକ ଭତ୍ରା, ମଧୁବନ ପାତ୍ର, ବିବେକ ସାମରଥ, ଲକ୍ଷିଧର ମାଝୀ, ଭଦ୍ର ମାଝୀ, ଗୋପାଳ ପୁଝାରୀ, ବନସିଧର ଚଳାନ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସମାଜରେ ଶିକ୍ଷା କୁ ଗୁରୁତ୍ବ ଦେବା ପାଇଁ ଅତିଥି ମାନେ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମକୁ ଭୁବନେଶ୍ୱର ଦିଶାରୀ ସଂଯୋଜନା କରିଥିବା ବେଳେ ଦିଶାରୀ ପରିବାରର କର୍ମକର୍ତ୍ତା ଚନ୍ଦ୍ର ଶେଖର ଦିଶାରୀ, ଅକ୍ଷ ଦିଶାରୀ, ଧନିରାମ ଦିଶାରୀ, ଭୁଙ୍ଗରାଜ ଦିଶାରୀ, ବିଶ୍ବନାଥ ଦିଶାରୀ, ରଥ ଦିଶାରୀ, ରୁପେଶ ଦିଶାରୀ, କମଳୁ ଦିଶାରୀ ପ୍ରମୁଖ ରହିଥିବାବେଳେ ଦୁଷ୍ମନ୍ତ ପାତ୍ର, ସଦନ ପୁଝାରୀ, ଭଜ ମାଝୀ ପ୍ରମୁଖ ସହଯୋଗ କରିଥିଲେ। ଏହି ପରିପ୍ରେକ୍ଷୀରେ ରାତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ନାଟକ ପରିବେଷଣ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ