ମେଡିସିନ ଷ୍ଠୋରରେ ଇଂକେକସନ ନେଇ ରୋଗୀ ଗୁରୁତର
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଗଂଗଦାହାଟର ଏକ ମେଡିସନ ଷ୍ଟୋରରେ ଇଂଜେକସନ ନେଇ ଜଣେ ରୋଗୀ ଗୁରୁତର ହୋଇଥିବା ନେଇ ରୋଗୀର ବାପା ଦିଲ୍ଲିପ କୁମାର ଜେନା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିିତିକରି ଏକ ମାମଲା ରୁଜୁ କରାଯାଇଥିବା ଜଣାଯାଇଛି। ଦିଲ୍ଲିପଙ୍କ ଅଭିଯୋଗ ମୁତବାକ ତାଙ୍କ ୧୧ବର୍ଷ ଝିଅର ଦେହ ଅସୁସ୍ଥ ହେବାରୁ ଗତ ୧୮ ତାରିଖରେ ଗଙ୍ଗଦାହାଟରେ ଥିବା ଜୟଦୁର୍ଗା ମେଡିସିନ ଦୋକାନକୁ ଆସିଥିଲେ। ସେଠାରେ ଏକ ଇଂଜେକସନ ନେଇଥିଲେ। କିନ୍ତୁ ଗତ ୨୮ତାରିଖରେ ଇଂଜେକସନ ନେଇଥିବା ସ୍ଥାନରୁ ରକ୍ତ ବାହାରିବା ସହ ଯନ୍ତ୍ରଣା ହୋଇଥିଲା। ଯାହାଫଳରେ ଝିଅର ଚିକିତ୍ସା ପାଇଁ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ। ଝିଅର ଦେହ ଗୁରୁତର ଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗକୁ ଭିିତିକରି ୨୩୯/୨୦୨୫ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲୁଥିବା ଥାନାଧିକାରୀ ପ୍ରଦିପ୍ତ କାନୁନଗୋ କହିଛନ୍ତି।ଏସଂର୍ପକରେ ଗଂଗଦାହାଟରେ ଥିବା ଜୟ ଦୁର୍ଗା ମେଡିସିନ୍ ଦୋକାନର ମାଲିକଙ୍କ ମତାମତ ନେବା ପାଇଁ ଚେଷ୍ଠା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରିନାହିଁ।