କଲ୍ୟାଣସିଂହପୁର ବ୍ଲକରେ ୨୨୨ ଜଣଙ୍କୁ ଭତ୍ତା ବଣ୍ଟନ

କଲ୍ୟାଣସିଂହପୁର (ଓ୍ବାଇଏନଏସ): ଲୋକଙ୍କ ସରକାର ଦିନକୁ ଦିନ ଲୋକାଭିମୁଖୀ ହୋଇ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏକ ନୂତନ ଚିନ୍ତା ଧାରାରେ ଯାହାକି ଆଉ ଅପେକ୍ଷା କରିବା ପଡିବନି ଆପେ ଆପେ ମିଳିବ ଭତ୍ତା ଟଙ୍କା। ୬୦ ବର୍ଷ ହେଉକି ୮୦ ବର୍ଷ ହେଉ ଯୋଗ୍ୟତା ହେବା କ୍ଷଣି ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବେ ଯୋଗ୍ୟ ହିତାଧିକାରୀ। ଆଉ ପ୍ରତି ମାସ ୧୫ ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ଭତ୍ତା ପ୍ରଦାନ କରାଯିବ ବୋଲି କୁହା ଯାଇଛି।ଆଉ ଦୌଡିବାକୁ ପଡିବନି ଦଳାଲ କି ଅଫିସରଙ୍କ ନିକଟକୁ। ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ  ପରିସରରେ  ମଧୁବାବୁ ପେନସନ ଯୋଜନାରେ ୪୭୦ ଜଣ ନୂତନ ହିତାଧୁକା କାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କରାଯିବା ସହ ଏକୀକୃତ ପେନସନ ପରିଚାଳନା  ପୋର୍ଟାଲର ଉଦଘାଟନ କାଟିଥିଲେ ବିଷମକଟକ ବିଧାୟକ ନୀଳମାଧବ ହିକକା। ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷା ଅମ୍ରିତା କାଡ୍ରାକା, ସାଂସଦ ପ୍ରତିନିଧି କୁମାର ସ୍ୱାମୀ କୌଶଲ୍ୟା, ବିଡ଼ିଓ ମନୀଷା ଦାସ ଉପସ୍ଥିତ ରହି ୨୨୨ ଯୋଗ୍ୟ ନୂତନ ହିତାଧିକାରୀଙ୍କୁ ବଣ୍ଟନ କରାଯାଇଥିଲା।ଏଣିକି ଯୋଗ୍ୟ ବ୍ୟକ୍ତି  ଆବେଦନ କରିବା ପର ମାସଠାରୁ   ବିଡିଓ କାର୍ଯ୍ୟାଳୟରେ ଫର୍ମ ଦାଖଲ କରିପାରିବେ। ଭତ୍ତା ପାଇଥିବା ଅନ୍‌ଲାଇନ୍ ପୋର୍ଟାଲରେ ଆବେଦନ ବ୍ୟକ୍ତିଙ୍କୁ ୮୦ ବର୍ଷ ହେଲା ମାତ୍ରେ ପର ମାସଠ ସଠାରୁ ଆପେ ଆପେ ବନ୍ଧିତ ଭତ୍ତା ମିଳିବ। ସେଥ‌ିପାଇଁ  ଆଉ ଆବେଦ ବେଦନ କରିବାକୁ ପଡିବ ନାହିଁ। ଏଥିରେ ବ୍ଲକର ମଙ୍ଗଳ ସାମ୍ପ୍ରସାରଣ ଅଧିକାରୀ ଚନ୍ଦନଦାସ ବାଙ୍ଗାରି, ସାମାଜିକ ସୁରକ୍ଷା ଅଧିକାରୀ ସହ ୧୪ ଗୋଟି ପଞ୍ଚାୟତର ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ହିତାଧିକାରୀଙ୍କୁ ବଣ୍ଟନ କରା ଯାଇଥିଲା। କାର୍ଯ୍ୟକ୍ରମରେ କିଛି ସରପଞ୍ଚ ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ