ପିପୁଲସ କଲେଜ ଅର୍ଥନୀତି ବିଭାଗ ପକ୍ଷରୁ ଅଭିଭାବକ-ଶିକ୍ଷକ ସଂଘ ବୈଠକ
ବୁଗୁଡା , (ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଅର୍ଥନୀତି ବିଭାଗ ପକ୍ଷରୁ ୨୦୨୫ ଅଗଷ୍ଟ ୮ ତାରିଖ ଦିନ ଜଲେଜ ସମ୍ମିଳନୀ କକ୍ଷରେ ଅଭିଭାବକ-ଶିକ୍ଷକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ଅଧ୍ୟକ୍ଷ ହରିକୃଷ୍ଣ ନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଇଂରାଜୀ ବିଭାଗ ମୁଖ୍ୟ ତଥା କ୍ୟାରିଅର କାଉନସେଲିଂ ଦାୟିତ୍ୱରେ ଥିବା ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ, ଆଇକିୟୁଏସି ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଅର୍ଥନୀତି ବିଭାଗ ମୁଖ୍ୟ ଅଧ୍ୟାପକ ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ, ଅଭିଭାବକ-ଶିକ୍ଷକ ସଂଘ ସଦସ୍ୟା ଅଧ୍ୟାପିକା ରଶ୍ମିତା ପଟ୍ଟନାୟକ, ଅର୍ଥନୀତି ବିଭାଗ ଅଧ୍ୟାପକ ଶଙ୍କର ପରିଡା ଓ ଅଧ୍ୟାପକ ଅନିଲ କୁମାର ସେଠୀ ଛାତ୍ରଛାତ୍ରୀଙ୍କ ବିକାଶ ଓ ଭବିଷ୍ୟତ ସମ୍ଭାବନା ଉପରେ ଆଲୋଚନା କରିଥିଲେ। ଅର୍ଥନୀତିରେ ସ୍ନାତକ ପରେ କ୍ୟାରିଅର ସୁଯୋଗ ଉପରେ ଆଲୋକପାତ କରିଥିଲେ। ଏହି ବୈଠକରେ ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ସାମୂହିକ ଦାୟିତ୍ୱ ଓ ସହଯୋଗକୁ ପ୍ରୋତ୍ସାହିତ କରାଯାଇଥିଲା। ଅର୍ଥନୀତି ବିଭାଗ ଛାତ୍ରଛାତ୍ରୀ ଓ ସେମାନଙ୍କ ପିତାମାତା ଏହି ବୈଠକରେ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଅଧ୍ୟାପକ ଅନିଲ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।


