ସ୍ଥାୟୀ ଲୋକ ଅଦାଲତ, ପୋକ୍ସ ଆଇନ ସଚେତନତା କାର୍ଯ୍ୟକ୍ରମ
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲ୍ଲା ଆଇନସେବା ପ୍ରାଧିକରଣ, କେନ୍ଦୁଝର ଆୟୋଜନରେ ସରକାରୀ ଯାନ୍ତ୍ରୀକ ମହାବିଦ୍ୟାଳୟ ଅଡିଟୋରିୟମ ହଲଠାରେ ସାଇବର ଅପରାଧ,ପୋସ୍,ସ୍ଥାୟୀ ଲୋକ ଅଦାଲତର କାର୍ଯ୍ୟାବଳୀ,ପୋକ୍ସ ତଥା ରାଗିଙ୍ଗ ସମ୍ବନ୍ଧୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଗୋପାଳ ଚନ୍ଦ୍ର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ଇ. ବିଘ୍ନେଶ୍ୱର ରାଓ ଯୋଗଦେଇ ସ୍ଥାୟୀ ଲୋକ ଅଦାଲତର କାର୍ଯ୍ୟାବଳୀ ଓ ପୋକ୍ସ ଶିଶୁ ଯୌନ ଅପରାଧ ଓ ସୁରକ୍ଷା ସମ୍ବନ୍ଧରେ ମତ ରଖିଥିବାବେଳେ ପ୍ରାଧିକରଣ ସଚିବ ସସ୍ମିତା ନନ୍ଦିନୀ ତି୍ରପାଠୀ ଯୋଗଦେଇ ସାଇବର ଅପରାଧ, ପୋସ, କର୍ମକ୍ଷେତ୍ରରେ ମହିଳା ଯୌନ ଅପରାଧ ଓ ପ୍ରତିରୋଧ,ଶିଶୁ ଯୌନ ଅପରାଧ ଓ ସୁରକ୍ଷା ତଥା ପ୍ରାଧିକରଣର ଭୂମିକା ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସାଇବର ଅପରାଧ ଓ ଆର୍ଥିକ ଠକେଇ ସଂପର୍କରେ ଉପଆରକ୍ଷୀ ଅଧିକ୍ଷକ ବିଜୟ କୁମାର ସୂଚନା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ମହାବିଦ୍ୟାଳୟର ପ୍ରାଧ୍ୟାପକ ରାକେଶ ରଞ୍ଜନ ଶୁକ୍ଳା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ ପ୍ରାଧିକରଣ ସଦସ୍ୟ ତଥା ତଦାଶା ସଂପାଦକ ଅକ୍ଷୟ କୁମାର ଚକ୍ର ପ୍ରାଧିକରଣର ମୁଖ୍ୟ କାର୍ଯ୍ୟାବଳୀ ତଥା ଉପରୋକ୍ତ ସମସ୍ତ ଆଇନ ଉପରେ ପ୍ରାଧିକରଣର ଭୂମିକା ସଂପର୍କରେ ସୂଚନା ଦେଇ ସଭା ପରିଚାଳନା କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ଷଢଙ୍ଗୀ ତାଙ୍କ ଅଭିବ୍ୟକ୍ତିରେ ଏହି ବିଷୟ ବସ୍ତୁ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀମାନେ ଜାଣିବା ଅତ୍ୟନ୍ତ ଜରୁରୀ ବୋଲି ମତ ଦେଇଥିଲେ । ପାନେଲ ଅଧିବକ୍ତା ସୁନୀଲ କୁମାର ମହାନ୍ତ ଯୋଗଦେଇ ରାଗିଙ୍ଗ କ’ଣ ଓ ଏହାର ଖରାପ ପ୍ରଭାବ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଉପରେ ଓ ଶିକ୍ଷା କ୍ଷେତ୍ରରେ କିଭଳି କୁପ୍ରଭାବ ପକାଇ ଥାଏ ତାହା ବର୍ଣ୍ଣନା କରିଥିଲେ । ପରେ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ଭାଗ ନେଇ ବିଭିନ୍ନ ସନେ୍ଦହାତ୍ମକ ପ୍ରଶ୍ନ ଉତ୍ଥାପନ କରି ତା’ର ସନ୍ତୋଷଜନକ ଉତ୍ତର ପାଇ ପାରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବିଭିନ୍ନ ବର୍ଷର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ ।