ଫର୍ମାସିଷ୍ଟ ଭରସାରେ ମାଝୀଗୁଡା ସ୍ୱାସ୍ଥ୍ୟ ଆରାେଗ୍ୟ କେନ୍ଦ୍ର: ୨୦ ହଜାର ଲୋକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) :ମ୍ୟାଲେରିଆ,ଡାଇରିଆ ଓ ଡେଙ୍ଗୁ ପ୍ରବଣ ଅଞ୍ଚଳ କଲ୍ୟାଣସିଂହପୁର ବ୍ଲକର ମାଝୀଗୁଡା ପ୍ରାଥମିକ ସ୍ୱାସ୍ଥ୍ୟ ଆରଗ୍ୟ କେନ୍ଦ୍ରରେ ପ୍ରାୟ ବର୍ଷ ବର୍ଷ ହେଲା ଠିକ ରୂପେ ଡାକ୍ତରଙ୍କୁ ରଖି ଦେଉନାହାନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ। ଫଳରେ ଜଣେ ଫାର୍ମାସିଷ୍ଟ ଙ୍କ ଭରସାରେ କୋଡିଏ ହଜାର ଜୀବନ ସହ ରୋଗୀ ସେବା ଚାଲିଛି। ଏଠାରେ ପଲମା, କନ୍ଧ କତିପାଡୁ, ସୁନାଖଣ୍ଡି ମାଝୀଗୁଡା, ପୂଜାରୀଗୁଡା ପଞ୍ଚାୟତର ଦୈନିକ ୧୦୦ରୁ ଅଧିକ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସ୍ଵାସ୍ଥ୍ୟ ସମସ୍ୟା ଅଞ୍ଚଳରେ ଫାର୍ମାସିଷ୍ଟଙ୍କ ସହିତ ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ରୋଗୀଙ୍କ ସେବା କରି ଆସୁଛନ୍ତି । ଡାକ୍ତର ସହିତ ଆବଶ୍ୟକ କର୍ମଚାରୀ ନଥିବାରୁ ରୋଗୀଙ୍କ ଚିକିତ୍ସା ବିପର୍ଯ୍ୟସ୍ତ ହୋଇ ବିଭିନ୍ନ ସମୟରେ ସମସ୍ୟା ଓ ଆପ୍ରତୀକର ଘଟଣା ଦେଖାଦେଉଥିବା ପଣ୍ଡା ଫାର୍ମାସିଷ୍ଟକ ହିଛନ୍ତି। ଗତ ଏକ ମାସ ପୂର୍ବେ ଚନ୍ଦ୍ରପୁର ଠାରୁ ଜଣେ ଡାକ୍ତର ନିଯୁକ୍ତି ପାଇଥିଲେ କଣହେଲା କେଜାଣି କାହାର ଚାପରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଦୁର୍ଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପୁଣି ବଦଳି କରିଦେଲେ।ଏହି ଅଞ୍ଚଳର ଦୈନିକ ଶତାଧିକ ପ ମ୍ୟାଲେରିଆରେ, ଝାଡା ବାନ୍ତି ଆକ୍ରାନ୍ତ ରୋଗ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ଆରଗ୍ୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସିତ ହୋଇ ଫେରୁଥିନା ଫର୍ମାସିଷ୍ଟ ପଣ୍ଡା ପ୍ରକାଶ କରିଛନ୍ତି। ଜଣେ କର୍ମଚାରୀ ଔଷଧ ବିତରଣ ସାଙ୍ଗକୁ ରୋଗୀ ସେବା ସହ ଅଫିସ କାଗଜ ପତ୍ର କରିବାକୁ ପଡୁଥିବାରୁ ଜଟିଳ ସମସ୍ୟାରେ ଗତି କରିବାକୁ ପଡୁଛି ବୋଲି ସେ ପ୍ରକାଶ କରିଛନ୍ତି।ଅନ୍ୟପଟେ ୧ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ନୂତନ କୋଠା ଆରମ୍ଭ ହେଲେ ଜଣେ କିପରି କାର୍ଯ୍ୟ କରିବି ବୋଲି ଆଶଙ୍କା ପ୍ରକାଶ କରିଛନ୍ତି।ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠାକୁ କାର୍ଯ୍ୟକ୍ଷମ କରାଯାଉନି। ୨୦୨୩ ମସିହାରେ ଆରମ୍ଭ ହୋଇଥିଲେ ମଧ୍ୟ ଶେଷ ହେବାର ନା ଗାନ୍ଧ ନେଉନି। ଠିକାଦାର ନିମ୍ନମାନର ଟାଇଲି ସହ ବିଦ୍ୟତ ପୁକରଣ ଲଗାଇ ଥିବାର ଅଭିଯୋଗ କରିଛନ୍ତି ଅଂଚଳ ବାସି।ଆବଶ୍ୟକ ରକ୍ଷଣାବେକ୍ଷଣ ଓ କର୍ମଚାରୀ ଅଭାବରୁ ସ୍ବାସ୍ଥ୍ୟକେନ୍ଦ୍ରର ନୂତନ କୋଠା କାର୍ଯ୍ୟକ୍ଷମ ହେବା ପୁର୍ବରୁ ନଷ୍ଟ ହେବାକୁ ବସିଲାଣି। ଡାକ୍ତର ସହିତ ଆବଶ୍ୟକ କର୍ମଚାରୀ ନିଯୁକ୍ତ ଏବଂ ନୂତନ କୋଠା କାର୍ଯ୍ୟକ୍ଷମ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହୋଇଛି।ଏହି ବ୍ଲକର ସ୍ୱାସ୍ଥ୍ୟ ବ୍ୟବସ୍ତା ହାଣ୍ଡିଏ ଭାତରୁ ମାତ୍ର ଗୋଟିଏ!