ଧାମନଗର ବ୍ଲକରୁ ୧୪ଜଣ ବରିଷ୍ଠ ନାଗରିକଙ୍କ ତୀର୍ଥ ଯାତ୍ରାର ଶୁଭାରମ୍ଭ

ଧାମନଗର (ଓ୍ବାଇଏନଏସ): ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ଧାମନଗର ବ୍ଳକରୁ ୧୪ଜଣ ବରିଷ୍ଠ ନାଗରିକ ଓ ମହିଳା ମାନେ ଅଯୋଧ୍ୟା ଓ ବାଣାରାସି ଅଭିମୁଖେ ତୀର୍ଥ ଯାତ୍ରା ବ୍ଲକ ପରିସରରୁ ଆରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଧାମନଗର ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ବେହେରା,ସରପଞ୍ଚ ଅଶୋକ ପୁହାଣ,ମଧୁସୂଦନ ନାଥ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଶର୍ମିଷ୍ଠା ମଲ୍ଲିକ,ବ୍ଲକ ସାମାଜିକ ସୁରକ୍ଷା ଅଧିକାରିଣୀ ଯଶୋଦା ସାହୁ ପ୍ରମୁଖ ଉପସ୍ଥିତ ରହି ବରିଷ୍ଠ ନାଗରିକ ଓ ଗୁରୁଜନମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସୁସ୍ଥ,ସୁରକ୍ଷିତ ଓ ଆନନ୍ଦମୟ ଯାତ୍ରା କାମନା କରିଛନ୍ତି। ଏହି ୧୫ଦିନିଆ ତୀର୍ଥଯାତ୍ରା ଚଳିତ ମାସ ୧୧/୧୦/୨୬ରୁ ଆରମ୍ଭ ହୋଇଥିବା ବେଳେ ସେମାନେ ୨୬/୧୦/୨୬ ତାରିଖରେ ପ୍ରତ୍ୟାବର୍ତ୍ତନ କରିବାର ସୂଚନା ମିଳିଛି। ଓଡ଼ିଶା ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଭଦ୍ରକ ଜିଲ୍ଲା ବିଭିନ୍ନ ବ୍ଲକରୁ ମୋଟ ୧୧୭ଜଣଙ୍କୁ ନେଇ ଆୟୋଜିତ ତୀର୍ଥ ଯାତ୍ରାର ଶୁଭାରମ୍ଭ କରାଯାଇଛି। ଏହି ୧୫ଦିନିଆ ତୀର୍ଥଯାତ୍ରାରୁ ଫେରିଲା ପରେ ବାଲେଶ୍ବରରୁ ବସ୍ ଯୋଗେ ଭଦ୍ରକ ଅଣାଯାଇ ସେମାନଙ୍କ ଘରେ ପହଞ୍ଚାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ