ଫଳକ ରାଜନୀତି : ଗୋଟିଏ ପ୍ରକଳ୍ପ ପାଇଁ ଦୁଇ ଥର ହେଲା ଶିଳାନ୍ୟାସ

ନାଉଗାଁ (ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ତହସିଲ ଅନ୍ତର୍ଗତ ଡେରିକି ରାଜସ୍ୱ ନିରୀକ୍ଷକଙ୍କ ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ବୁଧବାର ଶିଳାନ୍ୟାସ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ ନୂତନ କାର୍ଯ୍ୟାଳୟର ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି କାର୍ଯ୍ୟାଳୟ ନିର୍ମାଣ ପାଇଁ ୧୫ ମାସ ତଳେ ଅର୍ଥାତ ୨୦୨୪ ଫେବୃଆରୀ ୨୯ରେ ତତ୍କାଳୀନ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲିଙ୍କ ଦ୍ୱାରା ପ୍ରଥମେ ଶିଳାନ୍ୟାସ କରାଯାଇଥିଲା। ଏପରିକି ଏହି ଗୃହ ନିର୍ମାଣ ପାଇଁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ବରାଦ କରାଯିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗର ଜଗତସିଂହପୁର ବିଭାଜନ ଦ୍ୱାରା ଟେଣ୍ଡର କରାଯାଇ ଠିକାଦାର ମଧ୍ୟ ଚୟନ କରାଯାଇଥିଲା। ଯେଉଁ ସ୍ଥାନରେ ଉକ୍ତ କାର୍ଯ୍ୟାଳୟ ନିର୍ମାଣ କରାଯିବା ପାଇଁ ସ୍ଥାନ ଚିହ୍ନଟ କରାଯାଇଥିଲା। ସେଠାରେ ଜୈନିକ ବ୍ୟକ୍ତି ଜବରଦଖଲ କରିଥିବା ହେତୁ ତହସିଲ ପକ୍ଷରୁ ଉକ୍ତ ସ୍ଥାନକୁ ଜବରଦଖଲ ମୁକ୍ତ ମଧ୍ୟ କରାଯାଇଥିଲା। କିନ୍ତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇନଥିଲା। ଦ୍ୱିତୀୟ ଥର ପାଇଁ ପୁନର୍ବାର ଶିଳାନ୍ୟାସ କରାଯାଇଥିବାରୁ ଉକ୍ତ ବ୍ଳକରେ ଫଳକ ରାଜନୀତି ଜୋର ଧରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏବିଷୟରେ ବିଧାୟକ ଅମରେନ୍ଦ୍ର ଦାସଙ୍କୁ ପଚାରିବାରେ ପ୍ରଥମେ ଶିଳାନ୍ୟାସ କରିଥିଲେ କାହିଁକି ଗୃହ ନିର୍ମାଣ କରିପାରି ନଥିଲେ ସେବିଷୟରେ ସେମାନେ କହିପାରିବେ। ଆଜି ଯେଉଁ ଶିଳାନ୍ୟାସ କରାଗଲା ୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରାଯାଇ ଉଦ୍‌ଘାଟନ କରାଯିବ। କାର୍ଯ୍ୟାଳୟ ସହ ଆବାସିକ ଗୃହ ରହୁଥିବାରୁ ଜନସାଧାରଣମାନେ ଆଠ ଘଂଟା ପରବର୍ତେ ଅଠର ଘଂଟା ସେବା ପାଇ ପାରିବେ। ଉକ୍ତ ପ୍ରକଳ୍ପ ପାଇଁ ୧ କୋଟି ୬ ଲକ୍ଷ ୫୬ ହଜାର ଟଙ୍କା ବ୍ୟୟ କରାଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ଦ୍ୱିତୀୟ ଥର ଶିଳାନ୍ୟାସ ବିଷୟରେ ବିଭାଗର ଏସଡିଓ ଇଂ.ମଂଜୁଲତା ଟୁଡୁଙ୍କୁ ପଚାରିବାରେ ଜମିଜମା ବିବାଦ ଥିବାରୁ ଗୃହ ନିର୍ମାଣ କରାଯାଇ ପାରି ନଥିବା କହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ