ସନ୍ଦେହ ଜଣକ ଭାବେ ବୁଲୁଥିବା ଯୁବକ ଯୁବତୀଙ୍କୁ ଅଟକ ରଖିଲା ପୁଲିସ
ହାଟଡିହି (ଓ୍ବାଇଏନଏସ): ବିଳମ୍ବିତ ରାତିରେ ସନ୍ଦେହ ଜଣକ ଭାବେ ବୁଲୁଥିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ନନ୍ଦିପଦା ପୁଲିସ ଅଟକ ରଖି ଆଜି ସକାଳେ ଛାଡିଥିବା ଜଣା ଯାଇଛି। ଖବରରୁ ଜଣା ଯାଇଛି କି ଗତକାଲି ରାତିରେ ନନ୍ଦିପଦା ପୋଲିସ ଛେନା ପଦି ଛକରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ଜଣେ ଯୁବକ ଜଣେ ଯୁବତୀଙ୍କୁ ଏକ ବାଇକ ରେ ବସାଇ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇ ପଚରା ଉଚରା କରିବାରୁ ସେମାନଙ୍କ କଥାରେ ପୋଲିସର ସନ୍ଦେହ ହୋଇଥିଲା। ଯୁବକ ଜଣକ ନିଶାଗ୍ରସ୍ଥ ଥିବାବେଳେ ଯୁବତୀ ଟି କଲେଜ ଛାତ୍ରୀ ଭଳି ଜଣାପଡୁଥିଲା। ପୋଲିସ ସେମାନଙ୍କୁ ଆଣି ଥାନାରେ ଅଟକ ରଖିଥିଲା। ସେମାନଙ୍କ ଘର ଭଦ୍ରକ ଅଞ୍ଚଳରେ ହୋଇଥିବା ବେଳେ ଆଜି ସେମାନଙ୍କ ପରିବାର ଲୋକଙ୍କୁ ଡକାଇ ହସ୍ତାନ୍ତର କରିଥିବା ଥାନା ଆଇ ଆଇସି କହିଛନ୍ତି। କଲେଜ ଛାତ୍ର ଛାତ୍ରୀ ପରିବାର ଲୋକଙ୍କ ଅଗୋଚରରେ ଏପରି ଖୁଲମ ଖୁଲା ବୁଲୁଥିବା ବେଳେ ପରିବାର ଲୋକେ ସଚେତନ ହେଉ ନାହାନ୍ତି। ଯଦି କେଉଁଠି ଅଘଟଣ ଘଟୁଛି ତେବେ ଲୋକେ ପୁଲିସ ଦୋଶ ଦେଉଛନ୍ତି। ତେଣୁ ଏଥିପ୍ରତି ସଚେତନତା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।