ହନୁମାନ ବିଗ୍ରହଙ୍କ ଗଦାକୁ ଗ୍ରାମ୍ୟ କମିଟିଙ୍କୁ ହସ୍ତାନ୍ତର କଲା ପୋଲିସ : ଚୋରି ଘଟଣା ରେ ଦୁଇ ଅଭିଯୁକ୍ତ ଗିରଫ

ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଲଣ୍ଡାବାଉଁଶ ଗ୍ରାମର ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନ ର ଗଦା ଚୋରୀ ସହ ଗତ କିଛି ଦିନ ହେଲା ଗ୍ରାମରେ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିବା ନେଇ  ଗ୍ରାମ୍ୟ କମିଟି ଛତ୍ରପୁର ଥାନା ଅଧିକାରୀ ଙ୍କ ଦ୍ୱାରସ୍ଥ ହୋଇଥିଲେ, ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ, ଅଭିଯୋଗ କୁ ଭିତ୍ତି କରି ପୋଲିସ ୫୯୫/୨୫ ନଂ ଏକ ମାମଲା ରୁଜୁ କରିଥିଲା, ସେହି ଦିନ ଠାରୁ ଘଟଣା ର ସର ଜମିନ ତଦନ୍ତ ଆରମ୍ଭ କରିଥିଲା ଛତ୍ରପୁର ଥାନା ପୋଲିସ, ଏହି ମାମଲା ରେ ଜଡିତ ଲଣ୍ଡାବାଉଁଶ ଗ୍ରାମର ସନ୍ତୋଷ କୁମାର ଗୌଡ଼ (୪୬) ଓ ଶିବ ସାହୁ (୨୫) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ସେମାନଙ୍କ ଠାରୁ ହନୁମାନ ବିଗ୍ରହଙ୍କ ୫ କିଲୋ ଓଜନ ର  ଗଦା କୁ ଜବତ କରିଛି,  ପରେ ଉକ୍ତ ଗଦା କୁ ଗ୍ରାମ୍ୟ କମିଟି କୁ ହସ୍ତାନ୍ତର  କରାଯାଇଥିବା   ଛତ୍ରପୁର ଥାନା ଅଧିକାରୀ ସବ୍ୟ ସାଚୀ ମଲ୍ଲ  ସୂଚନା ଦେଇଛନ୍ତି,

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ