ରେଳବାଇରେ ଚାକିରି କରାଇବା ନାଁ ରେ ଠକେଇ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪|୭(ଅଳକ ନାଥ ମିଶ୍ର):  ରେଳବାଇରେ  ଚାକିରି କରାଇବା ନାଁ ରେ  ୭ ଜଣ ଯୁବକଙ୍କୁ ଠାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା  ଠକେଇ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଦିଗପହଣ୍ଡି ଥାନା ପଦ୍ମନାଭପୁର ଗ୍ରାମର ଅଭିଷେକ ପଣ୍ଡା  ଥାନାରେ ଏତଲା ଦେଇଛନ୍ତି । ଭାରପ୍ରାପ୍ତ ଥାନା ଆଇଆଇସି ଦୁଷ୍ମନ୍ତ କୁମାର ପ୍ରଧାନ ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୨୪୯/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗତ ୨୦୨୩ ମସିହାରେ କୁକୁଡାଖଣ୍ଡି ଗ୍ରାମର ଏ . ବିଘ୍ନେଶ୍ୱର ରାଓ ଏବଂ ଆଙ୍କୁଶପୁର ଗ୍ରାମର ଏ . ଆପାରାଓ ଦୋରା ନାମକ ଦୁଇ ଯୁବକ ପଦ୍ମନାଭପୁର ଗ୍ରାମକୁ ଆସି ଗ୍ରାମର ଅଭିଷେକ ଙ୍କ ସମେତ ଅନ୍ଯ ୬ ଜଣଙ୍କୁ ରେଳ ବିଭାଗରେ ଚାକିରି କରାଇବାର ଆଶା ଦେଖାଇଥିଲେ । ବିଭିନ୍ନ ସମୟରେ ଦୁଇ ଅଭିଯୁକ୍ତ ସେମାନଙ୍କ ଠାରୁ ପର୍ଯାୟ କ୍ରମେ ୮୬ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ଏପରିକି ସେମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନକୁ ନେଇ ରେଳବାଇରେ ଚାକିରି ପାଇଁ ୩ ମାସିଆ ତାଲିମ ଦେଇଥିଲେ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ଏହି ଠକେଇର ମାଷ୍ଟର ମାଇଣ୍ଡ କୁହାଯାଉଥିବା ସମରଜିତ ରାଉତ ଏବଂ ତାଙ୍କ ସ୍ତ୍ରୀ ଶୁଭଲକ୍ଷ୍ମୀ ରାଉତଙ୍କ ଘର ଠିକଣା ଜଣା ପଡିନଥିବା ବେଳେ ତାଙ୍କ ନାମ ଏତଲାରେ ଉଲ୍ଲେଖ ରହିଛି। ସୂଚନା ଯୋଗ୍ୟ ଏହିକି ଯେ,ଏହି ଠକେଇ ରାକେଟ ରେ ସମ୍ପୃକ୍ତ କୁକୁଡ଼ାଖଣ୍ଡି ଗ୍ରାମ ଶାନ୍ତି ନଗର ର ଏ.ବିଘ୍ନେଶ୍ୱର ଦୋରା ଙ୍କୁ ବ୍ରହ୍ମପୁର ସଦର ଥାନା ପୋଲିସ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଦିଗପହଣ୍ଡି ପୋଲିସ ଅଭିଯୁକ୍ତ ବିଘ୍ନେଶ୍ୱର ଙ୍କୁ ରିମାଣ୍ଡ ରେ ଆଣିବ ବୋଲି ତଦନ୍ତକାରୀ ଅଧିକାରୀ ଏସ.ଆଇ ଦୁଷ୍ମନ୍ତ ପ୍ରଧାନ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ