ବେଆଇନ କାର୍ଯ୍ୟକଳାପ ରୋକିବା ନେଇ ପୋଲିସର କଡା କାର୍ଯ୍ୟାନୁଷ୍ଠାନ: ୩ ମାମଲା ରୁଜ୍ଜୁ
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଞ୍ଚଳରେ ବେଆଇନ କାର୍ଯ୍ୟକଳାପ ରୋକିବା ନେଇ ପୋଲିସ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏପରିପେକ୍ଷୀରେ ସୋମବାର ମଦ୍ୟପାନ କରି ଗାଡି ଚଳାଇବା ଅଭିଯୋଗରେ ଜଣେ ଚାଳକଙ୍କ ନାମରେ କେସ ନଂ-୯୬/୨୬ ମୂଳେ ମାମଲା ରୁଜ୍ଜୁ ହେବା ସହ ଗାଡିକୁ ଜବତ କରାଯାଇଛି । ସେହିପରି ଦେଶୀ ମଦ ବିକ୍ରି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରାଯିବା ସହ ସାଢେ ୭ ଲିଟର ଦେଶୀ ମଦ ଜବତ କରାଯାଇଛି । ଏନେଇ ଥାନାରେ ୯୭/୨୬ ମୂଳେ ଅବକାରୀ ମାମଲା ରୁଜ୍ଜୁ କରାଯାଇଛି । ମଙ୍ଗଳବାର ବିନା ଟ୍ରାଞ୍ଜିଟ୍ ପାସରେ ବାଲି ପରିବହନ କରୁଥିବା ଅଭିଯୋଗରେ ଦୁଇଟି ହାଇୱା ଟ୍ରକକୁ ଜବତ କରାଯାଇଛି । ଏନେଇ ୯୮/୨୬ ମୂଳେ ମାମଲା ରୁଜ୍ଜୁ କରାଯାଇଛି । ବେଆଇନ କାର୍ଯ୍ୟକଳାପକୁ ରୋକିବା ଏବଂ ଆଇନର କଡା ପାଳନ ସୁନିଶ୍ଚିତ କରିବା ପାଇଁ ପୋଲିସ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଥାନାଧିକାରୀ ସୁପ୍ରକାଶ ମହାନ୍ତି ସୂଚନା ଦେଇଛନ୍ତି ।


