ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପୋଲିଓ ଅଭିଯାନ
ଆସିକା(ୱାଇଏନ୍ଏସ୍) : ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଜାତୀୟ ସ୍ୱାସ୍ଥ୍ୟ ମିଶନ୍, ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ପରାମର୍ଶକ୍ରମେ ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ରବିବାର ପଲ୍ସ ପୋଲିଓ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍ଗୋପାଳ ବେହେରାଙ୍କ ସଂଯୋଜନା ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଡି.ସରସ୍ୱତୀ ରାଓଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆସିକା ଏନ୍ଏସି ପରିସରଭୁକ୍ତ ୧୮ଟି ୱାର୍ଡରେ ୧୬ଟି ବୁଥ୍ ଓ ଗୋଟିଏ ଟ୍ରାଞ୍ଜିଟ୍ ବୁଥ୍ କରାଯାଇ ପ୍ରାୟ ୧୮ ଶହରୁ ଉର୍ଦ୍ଧ୍ୱ ଶୂନ୍ୟରୁ ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦୁଇ ବୁନ୍ଦା ପୋଲିଓ ଖାଇବାକୁ ଦିଆଯିବା ସାଙ୍ଗକୁ ଶିଶୁମାନଙ୍କ ସଂପୁର୍ଣ୍ଣ ଟୀକାକରଣ କରିବା ପାଇଁ ସେମାନଙ୍କ ଅଭିଭାବକମାନଙ୍କୁ ସଚେତନ କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ନିଜ ପିଲାର ସୁରକ୍ଷାରେ କୌଣସି ହେଳା ନକରି ପୋଲିଓ ବୁନ୍ଦା ପ୍ରତ୍ୟେକ ଥର ଦେଇ ସଂପୁର୍ଣ୍ଣ ପୋଲିଓ ନିରାକରଣରେ ଯୋଗଦାନ କରିବାକୁ ଆହ୍ୱାନ କରାଯାଇଥିବା ଦେଖିବାକୁ ମିଳିଥିଲା । ଆସିକା ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ପୋଲିଓ ଦିବସ ପାଳନ ଅବସରରେ ଏନ୍ଏସି ପରିସରଭୁକ୍ତ ଅଞ୍ଚଳରେ ରବିବାର ଅନୁଷ୍ଠିତ ହୋଇଥିବା ପୋଲିଓ ଅଭିଯାନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଅଙ୍ଗନବାଡି କର୍ମୀ ନିବେଦିତା ପଟ୍ଟନାୟକ, ସନ୍ତୋଷିନୀ ପଣ୍ଡା, ରଶ୍ମିତା ଜେନା, ସୁଚିତ୍ରା ଦାଶ, ମନୋରମା ପଟ୍ଟନାୟକ, ଗୀତାଞ୍ଜଳୀ ପଣ୍ଡା, ସ୍ୱପ୍ନାରାଣୀ ବେହେରା, ଗୋଲାପରାଣୀ ସ୍ୱାଇଁ, ସବିତା କୁମାରୀ ସାହୁ, ଅନିତା କୁମାରୀ ପଣ୍ଡା, ଅନିତା ବିଶ୍ୱାଳ, ସୋନାଲି ସେଠୀ, ଆଶାକର୍ମୀ ସୁଜାତା କୁମାରୀ ଜେନାଙ୍କ ସମେତ ଆଶାକର୍ମୀ, ଏଏନ୍ଏମ୍, ଅଙ୍ଗନବାଡି କର୍ମୀମାନେ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।


