ସାଧାରଣରେ ଆସ୍ଥା ହରାଉଛି ପ୍ରଦୂଷଣ ବିଭାଗ
କେନ୍ଦୁଝର(ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଖଣି ସହିତ ଗଢି ଉଠିଛି ଅନେକ ଶିଳ୍ପ ଓ କାରଖାନା ହେଲେ ଧୂଳି ଧୂଆଁ ରେ ଅତିଷ୍ଟ ଅଂଚଳବାସି l ସରକାରୀ ନିୟମ କୁ ମାନୁନାହାନ୍ତି ଶିଳ୍ପ ଓ ଖଣି କମ୍ପାନୀ l ମାନ(ମାପ) ଙ୍କ ଅନୁଯାୟୀ ଧୂଳି କଣା ଠାରୁ ପାଞ୍ଚଗୁଣ କଳାଧୂଆଁ କଳ କାରଖାନା ଚିମିନି ଗୁଡ଼ିକରୁ ରୁ ଅନବରତ ବାୟୁ ମଣ୍ଡଳରେ ମିଶି ବାୟୁ ମଣ୍ଡଳ କୁ ବିଷାକ୍ତ କରି ଦେଉଛି, ଅବସ୍ଥା ଏପରି ସଂଗୀନ ହେଉଛି ଯେ ଧୂଳି ର ଆସ୍ତରଣରେ ରାସ୍ତାଘାଟ, ଗଛଲତା ଆଛାଦିତ ହୋଇ ଯାଉଛନ୍ତି, ଖଣି ଓ କାରଖାନା ନିକଟରେ ଥିବା ଜନବସତି ବିଷୟରେ ନ କହିବା ଭଲ l ଗୃହ ପାଳିତ ପଶୁପକ୍ଷୀ ମଧ୍ୟ କଳାଧୂଆଁ ର ଆସ୍ତରଣ ରେ ଘୋଡେଇ ହୋଇ ରହୁଛନ୍ତି, ବିଭିନ୍ନ ସମୟରେ ଏ ନେଇ ସ୍ଥାନୀୟ ଜନ ସାଧାରଣ ଅଭିଯୋଗ ଶୁଣାଣି ବୈଠକ ରେ ଅଭିଯୋଗ କରୁଛନ୍ତି ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିକଟରେ ମଧ୍ୟ ଫେରାଦ ହେଉଛନ୍ତି ହେଲେ ଶିଳ୍ପ ଓ ଖଣି ସହିତ ବନ୍ଧୁତା ରଖିଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସବୁଜାଣି ଶୁଣି ଆଖିବୁଜି ଦେଇଛି, କେବଳ ଜଣାଶୁଣାଣି ମାଧ୍ୟମରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୁ ଦେଝିବାକୁ ମିଳୁଛି, ଏକ ଅବଲୋକନାରୁ ଜଣାପଡେ ଯେ ଶିଳ୍ପ କିମ୍ବା ଖଣି ନିକଟରୁ ଏଯାବତ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କୌଣସି ପ୍ରକାର ଜୋରିମାନା କିମ୍ବା ଦଣ୍ଡବିଧାନ କରୁ ନାହାନ୍ତି ଏଣୁ ବିଭାଗ ର ସ୍ୱଚ୍ଛତା ଓ ବିଶ୍ୱନୀୟତା ଉପରେ ସାଧାରଣ ଜନତା ଙ୍କ ବିଶ୍ୱାସ ତୁଟି ବାରେ ଲାଗିଛି, ନିକଟରେ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ ଖଣି ଅଞ୍ଚଳ ରେ ଆସି ଏକ ଘରୋଇ ଶିଳ୍ପ ଓ ଖଣିକମ୍ପାନୀ ସହିତ ସମ୍ପର୍କ ରଖି ବନ୍ଧୁତାପୂର୍ଣ୍ଣ ଖେଳ ବିନୋଦନ କୁ ସ୍ଥାନୀୟ ଲୋକ ଗ୍ରହଣ କରି ପାରୁ ନ ଥିବା ବେଳେ ବିଭାଗ ନିଜର ସଂଯମତା ଏବଂ ଗମ୍ଭୀର୍ଯ୍ୟ କୁ ହରାଇ ଶିଳ୍ପ ଓ ଖଣି ସଂସ୍ଥା ମାନଙ୍କ ର ଆତିଥ୍ୟ ପାଇ ଭୋଗ ବିଳାସ ରେ ଲିପ୍ତ ରହୁଛି ଯାହା ସାଧାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି l