ଆମେରିକାର ଓଡିଶା ସୋସାଇଟିର ୫୬ ତମ ବାର୍ଷିକ ସମ୍ମିଳନୀରେ ଅତିଥି ହେବେ ପୋଲସରାର ଓକିଲ

ପୋଲସରା, (ଅନୀଲ କୁମାର ମହାରଣା): “ଦି ଓଡିଶା ସୋସାଇଟି ଅଫ ଆମେରିକା” (ଓଏସଏ)ର ୫୬ତମ ବାର୍ଷିକ ସମ୍ମିଳନୀ ଆସନ୍ତା ୨୦୨୫ ଜୁଲାଇ ୩ ତାରିଖ ଦିନ ଅନୁଷ୍ଠିତ ହେବାକୁଯାଉଛି। ଏହି ସମ୍ମିଳନୀରେ ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ଜେ. ଡେଙ୍ଗାପଦର ଗ୍ରାମର ବାସିନ୍ଦା ତଥା ଭାରତର ଉଚ୍ଚତମ ନ୍ୟାୟାଳୟର  ଆଡଭୋକେଟ ସୁଶାନ୍ତ କୁମାର ମଲ୍ଲିକ, ଅତିଥି ଭାବେ ଯୋଗ ଦେବାକୁ ନିମନ୍ତ୍ରଣ କରାଯାଇଛି। “ଇନଭେଷ୍ଟ ଓଡିଶା” ଆଲୋଚ୍ୟ ବିଷୟ ଉପରେ ଆଡଭୋକେଟ ଶ୍ରୀ ମଲ୍ଲିକ ଉଦବୋଧନ ପ୍ରଦାନ କରିବେ। ଗତ ୨୦୨୫ ଜୁନ ୫ ତାରିଖ ଦିନ ଲଣ୍ଡନ ସହରରେ ଅନୁଷ୍ଠିତ ଭାରତ ଓ ୟୁକେ ବାଣିଜ୍ୟିକ ବିବାଦର ମଧ୍ୟସ୍ଥିତା – ୩ୟ ସଂସ୍କରଣ ଆନ୍ତର୍ଜାତିକ ସମ୍ମିଳନୀରେ ଆଡଭୋକେଟ ଶ୍ରୀ ମଲ୍ଲିକ ଯୋଗଦେଇ ମତ ପ୍ରଦାନ କରିଥିଲେ। ସେହି ସମ୍ମିଳନୀରେ ଭାରତର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଓ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରୀ  ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପୋଲସରା ବ୍ଲକ ତଥା ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତି ଭାବେ ଆମେରିକାର ଓଡିଶା ସୋସାଇଟିରେ ଯୋଗଦେବାକୁ ଯାଉଥିବା ବେଳେ ଆମ ପୋଲସରା ବ୍ଲକ ଓ ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିପାରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ