ରାଧାକୃଷ୍ଣ ପତିଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ହାଟଡିହି (ବିକାଶ ବିଶ୍ବାଳ): ବିଶ୍ଵ ପରିବେଶ ଦିବସରେ ମଠକୁଣ୍ଡିସାହି ଗ୍ରାମର ରାଧାକୃଷ୍ଣ ପତି ସେଣ୍ଟରଫର ଏନଭର୍ଣ୍ଣମେଣ୍ଟ ଷ୍ଟଡିଜଫରେଷ୍ଟ ଏନଭର୍ଣ୍ଣମେଣ୍ଟ ଏବଂ କ୍ଲାଇମେଟଚେଞ୍ଜ ଡିର୍ପାଟମେଣ୍ଟ ଓଡ଼ିଶା ସରକାର ଭୁବନେଶ୍ଵରଙ୍କଠାରୁ ୨୪- ୨୫ ବର୍ଷ ପାଇଁ ପ୍ରକୃତିବନ୍ଧୁ ପୁରସ୍କାର ଅର୍ଜନ କରିଛନ୍ତି। ଡିଭିଜନାଲ ଫରେଷ୍ଟ ଅଫିସର କମ ସେକ୍ରେଟାରୀ ଜିଲ୍ଲା ଏ ନଭର୍ଣ୍ଣମେଣ୍ଟାଲ ସୋସାଇଟ୍ କେନ୍ଦୁଝରଙ୍କ ଦ୍ଵାରା ସଂସ୍କୃତି ଭବନ ମଣ୍ଡୁଆ ଠାରେ ଆୟୋଜିତ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ଡି ଏଫ ଓ ଡି ଏନ୍ ଧାନରାଜ  ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ଠାରୁ ମାନପତ୍ର ଓ ଦଶହଜାର ଟଙ୍କା ଅର୍ଥରାଶି ଗ୍ରହଣ କରିଛନ୍ତି । ଶ୍ରୀପତି ନିଜର ଛାତ୍ର ଜୀବନରୁ ୧୯୯୦ ମସିହାରେ କପିଳେଶ୍ୱର କ୍ଲବ ଗଠନ କରି କ୍ଲବ ସଭ୍ୟ ଗଙ୍ଗାଧର କୁଅଁର , ଅକ୍ଷୟ କୁମାର ଜେନା, ପଞ୍ଚାନନ ସାହୁ,ମଙ୍ଗୁଳିଆ ଯେନା,ରବିନ୍ଦ୍ର ପେରେଇ, ଦୁର୍ଯ୍ୟୋଧନ ସାହୁ, ସୁରେନ୍ଦ୍ର କୁମାର ମହଲା, କୃଷ୍ଣ ଚନ୍ଦ୍ର ରାଉତ,ଦୟାନିଧି ଯେନା, ସ୍ୱର୍ଗତ ନିତ୍ୟାନନ୍ଦ ଜେନା, ଓ ସ୍ୱର୍ଗତ ଦେବେନ୍ଦ୍ର କୁମାର ସାଙ୍କ ସହଯୋଗରେ ବୃକ୍ଷରୋପଣ, ପାଠଚକ୍ର,କର୍ମଶାଳା ଆଲୋଚନାଚକ୍ର ରାସ୍ତା ମରାମତି, ଓ ସଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜନ କରି ଜନସାଧାରଣଙ୍କୁ ସଚେତନ କରାଇବା ସହିତ ପରିବେଶ ସଫାସୁତୁରା ରଖିବା ଆବର୍ଜନା ଓ ଅନ୍ୟାନ୍ୟ ଅବକାରୀ ପଦାର୍ଥକୁ ବ୍ୟବହାର କରି ଉପଯୋଗ କରିବା କାର୍ଯ୍ୟ ,କପିଳେଶ୍ୱର ମହାଦେବ ମନ୍ଦିର ଓ ମାଦୁଆରଶୁଣୀ ଠାକୁରାଣୀ ବେଢାର ଉନ୍ନତିକରଣ କରିବା ଓ ପରବର୍ତ୍ତୀ ସମୟରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶାସଙ୍ଗରେ କଳା ଶିକ୍ଷକ ଭାବେ ନିଯୁକ୍ତି ହୋଇ  ଅବସର ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ର,ନବକିଶୋର ବିଶାଳ ,କର୍ମଚାରୀ ରମେଶ ଚନ୍ଦ୍ର ନାୟକ ବର୍ତ୍ତମାନ କାର୍ଯ୍ୟରତ ଶିକ୍ଷକ ଓ କର୍ମଚାରୀ ମାଧବାନନ୍ଦ ଜେନା, ଶିଶିର କୁମାର ବିଶ୍ବାଳ, ଲକ୍ଷ୍ମୀକାନ୍ତ ମିଶ୍ର , ପଦ୍ମନାଭ ପଣ୍ଡା, ଶାନ୍ତ୍ବନୁ କୁମାର ରାଉତ ପ୍ରଦୀପ କୁମାର ସ୍ୱାଇଁ,ସତ୍ୟବ୍ରତ ବିଶ୍ବାଳ,ପର୍ଶୁରାମ ନାୟକଙ୍କ ସହଯୋଗରେ ଶକ୍ତି କ୍ଲବ୍ ଜରୀଆରେ ଶକ୍ତିସଂରକ୍ଷଣ ,ଅକ୍ଷୟ ଶକ୍ତିର ବହୁଳ ବ୍ୟବହାର, ବୃକ୍ଷରୋପଣ, ବିଦ୍ୟାଳୟକୁ ପ୍ଲାଷ୍ଟିକ୍ ମୁକ୍ତ  କରିବା ସହ ପରିବେଶ ପାଇଁ ଜନସଚେତନତା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଜରିଆରେ ସମ୍ଭବ ହୋଇପାରିଛି। ଆଜିର ଏ ସଫଳତା ବିଦ୍ୟାଳୟପରିଚାଳନା ଓ ଉପଦେଷ୍ଟା କମିଟିର ସଦସ୍ୟ ଓ ଗ୍ରାମବାସୀ ମାନଙ୍କ ଅକୁଣ୍ଠିତ ସହଯୋଗ,ବର୍ତ୍ତମାନର ଷ୍ଟେଟ୍ ଇମପ୍ଲିମେଣ୍ଟିଙ୍ଗି ଏଜେନ୍ସି, ଓଡ଼ିଶା ଏନଭର୍ଣ୍ଣମେଣ୍ଟ ଏଜୁକେସନ ପ୍ରୋଗାମ ଅଫିସର ପ୍ରଭାତ ମୋହନ ଦାଶଙ୍କ  ପ୍ରେରଣା ପାଇଁ ସମ୍ଭବ ହୋଇପାରିଛି ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ