ଗଜପତିରେ ପ୍ରି -ଖ୍ରୀଷ୍ଟ ମାସ ମହୋତ୍ସବ ପାଳିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରି -ଖ୍ରୀଷ୍ଟମାସ ମହୋତ୍ସବ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ରାଉତପୁର ଖେଳ ପଡ଼ିଆ ନିକଟ ରେ ଥିବା ଜିହବା ନିଶି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ମହୋତ୍ସବଟି ବିଶ୍ଵ ସଂଖ୍ୟା ଲଘୁ ପରିଷଦ କର୍ମ କର୍ତ୍ତାଙ୍କ ନେତୃତ୍ୱରେ ଆୟୋଜକ ମଣ୍ଡଳୀ ରାମ ଦଳବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଛି । ମହୋତ୍ସବରେ ଗଞ୍ଜାମ, ଗଜପତି କନ୍ଧମାଳ, ରାୟଗଡା ଜିଲ୍ଲା ରୁ ବିଭିନ୍ନ ବର୍ଗର ଖ୍ରୀଷ୍ଟ ଧର୍ମାଲମ୍ବି ମାନେ ଆଜି ସକାଳେ ରାଉତପୁର ଗ୍ରାମରେ ପହଞ୍ଚି ଗ୍ରାମ ମୁଁହ ଠାରୁ ଏକ ନୃତ୍ୟ ମାଧ୍ୟମରେ ଶୁଭା ଯାତ୍ରାରେ ବାହାରି ରାଉତପୁର ଖେଳ ପଡ଼ିଆରେ ଜିହବା ନିଶି ଭବନ ଠାରେ ପହଞ୍ଚିଥିଲେ । ଉତ୍ସବରେ ପାରଳାଖେମୁଣ୍ଡି ବିଧାୟୟକ ରୂପେସ ପାଣିଗ୍ରାହୀ ଉପସ୍ଥିତ ହୋଇ ଅଞ୍ଚଳର ଖ୍ରୀଷ୍ଟୀୟ ଭାଇ ଓ ଭଉଣୀ କାର୍ଯ୍ୟରେ ଯୋଗଦାନ କରି ସଂଖ୍ୟା ଲଘୁଙ୍କ ଏକତା, ଶୃ୍ଖଳିତ କାର୍ଯ୍ୟକୁ ପ୍ରଶଂସା ଦେବା ସହିତ ଆସୁଥିବା ଖ୍ରୀଷ୍ଟମାସ ଓ ନୂଆ ବର୍ଷ ର ଅଭିନନ୍ଦନ ଜଣାଇଥିଲେ । ଶେଷ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଧୁର ସଙ୍ଗୀତ ସ୍ୱରକୁ ସାତ ହଜାର ଶ୍ରଦାଳୁ ଙ୍କୁ ଆକର୍ଷିତ କରିଥିଲା ଗୁରଣ୍ଡି ଥାନା ଭାରପ୍ରାପ୍ତ ଅଧିକାରୀ ତାଙ୍କ ଦଳ ସଦଳ ବଳେ କାର୍ଯ୍ୟକ୍ରମକୁ ଶୃଖଳିତ ସୁରକ୍ଷା ପ୍ରଦାନ କରିଥିଲେ। ଶାନ୍ତି, ପ୍ରେମ ଓ ସହନଶୀଳ ଏବଂ ଉତ୍ସବର ଶୃଙ୍ଖଳିତ କାର୍ଯ୍ୟକୁ ପ୍ରସଂଶା କେଲେ ବିଭିନ୍ନ ରାଜନୀତିଜ୍ଞ ଓ ରାଉତପୁର ଅଞ୍ଚଳ ବାସୀ।


