ଜିଲ୍ଲା ଆପାତକାଳୀନ ବୈଠକ: ଇଣ୍ଡଷ୍ଟ୍ରି ଏବଂ ଆଖପାଖ ଅଂଚଳର ଲୋକଙ୍କ ସୁରକ୍ଷାକୁ ଗୁରତ୍ୱ
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ଇଣ୍ଡଷ୍ଟ୍ରି (କମ୍ପାନୀ ) ଗୁଡିକ ରେ ସୁରକ୍ଷା ଏବଂ ଆଖପାଖ ଅଂଚଳର ଲୋକଙ୍କ ସୁରକ୍ଷା ବ୍ୟବସ୍ଥା କୁ ନେଇ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଙ୍କ ଅଧ୍ୟକ୍ଷତା ରେ ଜିଲ୍ଲା ଆପାତକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି, ଇଣ୍ଡଷ୍ଟ୍ରି ଗୁଡିକ ବର୍ଷ କୁ ୨ ଥର ମକଡ୍ରିଲ ସହିତ ଜିଲ୍ଲାସ୍ତରୀୟ ଅଚାନକ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି, ଇଣ୍ଡଷ୍ଟ୍ରି ଗୁଡିକ ର ସୁରକ୍ଷା ସହିତ ଜନ ସାଧାରଣ ସୁରକ୍ଷା କୁ ଗୁରୁତ୍ୱ ଦେବାକୁ ସେ କହିଥିଲେ, ସୁରକ୍ଷା ନିମନ୍ତେ କଣ କଣ ବ୍ୟବସ୍ଥା ରହିଛି, କଣ କଣ ସାମଗ୍ରୀ ତାହାର ସମସ୍ତ ରିପୋର୍ଟ ଜିଲ୍ଲାସ୍ତରୀୟ କମିଟି କୁ ପଠାଇବା କୁହାଯାଇଛି, ଆଗାମୀ ଦୁର୍ଘଟଣା ର ପୂର୍ବ ପ୍ରସ୍ତୁତି ଏବଂଦୁର୍ଘଟଣା ଘଟିଲେ କେମିତି ମୁକାବିଲା କରାଯିବ ତାହାର ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା, କେମିକାଲ ଟେଙ୍କର ଗୁଡିକ ବିଭିନ୍ନ ଫ୍ୟାକ୍ଟ୍ରି କୁ ଗମାନ ଗମନ କରୁଥିବା ତାହାର ସୁରକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପଡିବ ବୋଲି ମଧ୍ୟ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ, ଗ୍ରାସୀମ ଇଣ୍ଡଷ୍ଟ୍ରି, ଟାଟା ଷ୍ଟିଲ, ଆଇ ଓ ସି ଏଲ, ଗୋପାଳପୁର ପୋର୍ଟ, ଆସିକା ଚିନି ଫ୍ୟାକ୍ଟ୍ରି ଓ ସରାଫ ଟିଟାନିୟମ ଲିମିଟେଡ଼ କମ୍ପାନୀ ପକ୍ଷରୁ କଣ କଣ ସୁରକ୍ଷା ବ୍ୟବସ୍ଥା ନିମନ୍ତେ ଯୋଜନା ଏବଂ ପ୍ରସ୍ତୁତ କରାଯାଇ ତାହାର ବିସ୍ତୁତ ଆଲୋଚନା କରାଯାଇଥିଲା, ଏହାର ସମସ୍ତ ବ୍ୟବସ୍ଥା ର ତଡାରଖ କରିବା ନିମନ୍ତେ ଜିଲ୍ଲା ସ୍ତରୀୟ କମିଟି ଗଠନ ହୋଇଛି, ଏହି କମିଟି ବିଭିନ୍ନ କାର୍ଯ୍ୟ କରିବ, ଏହି ବୈଠକ ରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ୱ ) ଦେବଦତ୍ତ ପଣ୍ଡା, ଡେପୁଟି କଲେକ୍ଟର ( ଜରୁରୀ କାଳୀନ ) ଅଭିଷେକ ସାହୁ,ଫ୍ୟାକ୍ଟ୍ରି ଏଣ୍ଡ ବଏଲର ଆସିଷ୍ଟାଣ୍ଡ ଡାଇରେକ୍ଟର ରଂଜିତ ନାୟକ, ଓସଡମାର ଜିଲ୍ଲା ପକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକ, ଛତ୍ରପୁର ଶ୍ରମ ଅଧିକାରିଣୀ ବର୍ଷାରାଣୀ ଜେନା ଓ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର କର ଙ୍କ ସମେତ ଫାୟାର, ଓଡ୍ରାଫ, ଏନ ଡି ଆର ଏଫ ର ଅଧିକାରୀ, ଜିଲ୍ଲା ସ୍ତରୀୟ କମିଟି ର ସମସ୍ତ ସଭ୍ୟ ଏବଂ କମ୍ପାନୀ ଗୁଡିକ ର ବରିଷ୍ଠ କତୃପକ୍ଷ ମାନେ ଉପସ୍ଥିତ ଥିଲେ


