ବିଜେପି ପ୍ରତିଷ୍ଠା ଦିବସ ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ବର(ସରୋଜ ପଣ୍ଡା): ଭୋଇ ସାହି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ ରେ ଆଗାମୀ ଏପ୍ରିଲ ୬ତାରିଖ ରେ ହେବାକୁ ଥିବା ବିଜେପି ପ୍ରତିଷ୍ଠା ଦିବସ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି, ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ଵ ରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରାଯାଇ ଥିଲା , ପ୍ରତିଷ୍ଠା ଦିବସ ରେ ସ୍ଥାନୀୟ ଖାନ ନଗର ସ୍ଥିତ ଜିଲ୍ଲା ମୂଖ୍ୟାଳୟ ରେ ବିଭିନ୍ନ କାର୍ଯ୍ୟକ୍ରମ ଯଥା ସ୍ୱଚ୍ଛ ଭାରତ, ବୃକ୍ଷ ରୋପଣ, ଦଳୀୟ ପତାକା ଉତ୍ତୋଳନ,ପୁରାତନ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ବର୍ଦ୍ଧନା ଇତ୍ୟାଦି କର୍ଯ୍ୟକମ କରାଯିବ ଏ ନେଇ ସଭପତି ଶ୍ରୀଯୁକ୍ତ ବେହେରା କହିଥିଲେ, ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଉପ ସଭାପତି ଗୌରାଙ୍ଗ ଚରଣ ଦାସ, ବିଜୟ ସାହୁ, ବଶିଷ୍ଠ ନାରୀନେତ୍ରୀ ସୁଷମା ରାଣୀ ବିସ୍ଵାଳ, ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା, ଚନ୍ଦ୍ର ଶେଖର ନନ୍ଦ, ସମ୍ପାଦକ ରବୀତା ଦାସ, ଜିଲ୍ଲା ଗଣମାଧ୍ୟମ ସହ ସଂଯୋଜକ ରଣଜିତ୍ ପୃଷ୍ଟି,କାର୍ଯ୍ୟକାରିଣୀ ସଦସ୍ୟ ସଂଗ୍ରାମ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ଶେଷ ରେ ଜିଲ୍ଲା ସମ୍ପାଦକ ଚିତ୍ତ ରଞ୍ଜନ ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ