ଯୋଗ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଆସନ୍ତା ଜୁନ ୨୧ ତାରିଖରେ ସାରା ବିଶ୍ୱରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାକୁ ଯାଉଛି। ଏନେଇ ସରକାରି ଓ ବେସରକାରୀ ସ୍ତରରେ ଚାଲିଛି ବ୍ୟାପକ ପ୍ରସ୍ତୁତି। ଯୋଗ ଦ୍ୱାରା ପ୍ରତ୍ୟେକ ନାଗରିକ ସୁସ୍ଥ ଓ ସତେଜ ରହି ପାରିବ। ଏନେଇ ଏହାକୁ ପ୍ରତ୍ୟେକ ନାଗରିକ ନିକଟରେ ବାର୍ତ୍ତା ପହଞ୍ଚାଇବା ପାଇଁ ଅଣ୍ଟା ଭିଡ଼ିଚି ଯୋଗ ମହୋତ୍ସବ କମିଟି। ଆଜି ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଯୋଗ ମହୋତ୍ସବ କମିଟି ଦ୍ଵାରା ପ୍ରଶିକ୍ଷଣ ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗ ମହୋତ୍ସବ କମିଟି କେନ୍ଦୁଝର ଜିଲ୍ଲା ସଂଯୋଜକ ଦୁଃଶାସନ ମହାନ୍ତଙ୍କ ସଂଯୋଜନାରେ ଜିଲ୍ଲାର ବିଭିନ୍ନ ବ୍ଳକ ଓ ପୌରପାଳିକାରୁ ଆସିଥିବା ଯୋଗ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନେଇ ଯୋଗ ପ୍ରଶିକ୍ଷଣ ଦିଆଯାଇଥିଲା। ଏହାପରେ ଅନୁଷ୍ଠିତ ବୈଠକର ପ୍ରଶାସନ ଓ ବିଭନ୍ନ ସାମାଜିକ ସଂଗଠନ ସହଯୋଗରେ ଯୋଗ ଦିବସ ପାଳନ କରିବା ନେଇ ଆଲୋଚନା ହୋଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ