ଶ୍ରୀଶ୍ରୀ ବାବା ବାଲୁଙ୍କେଶ୍ୱରଙ୍କ ପୀଠରେ ଶୀତଳଷଷ୍ଠୀ ଯାତ୍ରା ପ୍ରସ୍ତୁତି

ଆସିକା  (ୱାଇଏନ୍‍ଏସ୍‍) : ଆଉ ମାତ୍ର ୪ଦିନ ପରେ ଅର୍ଥାତ୍ ଆସନ୍ତା ୧୮ ତାରିଖରେ ଅନୁଷ୍ଟିତ ହେବାକୁ ଥିବା ଦେବଦେବ ମହାଦେବଙ୍କ ଶିବ ବିବାହ ପର୍ବ ଓ ଶୀତଳଷଷ୍ଠୀ ଯାତ୍ରା ପାଳନ ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶୈବପୀଠ ଗୁଡିକ ବର୍ତ୍ତମାନ ଠାରୁ ଚଳଚଞ୍ଚଳ ହୋଇଉଠିଥିବା ଦେଖିବାକୁ ମିଳିଛି। ଆସିକା ପୌର ପରିଷଦ ଅଧିନସ୍ଥ ତାଲୁକା ଛକ ନିକଟରେ ସବ୍‌-ଜେଲ୍ ସମ୍ମୁଖରେ କେଉଁ ଆବହମାନ କାଳରୁ ପୂଜା ପାଇ ଆସୁଥିବା ଆସିକା ଅଞ୍ଚଳର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ବାଲୁଙ୍କେଶ୍ୱରଙ୍କ ମନ୍ଦିରରେ ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପର୍ବକୁ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ମହାଆଡମ୍ବର ସହକାରେ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ଲାଗି ଆୟୋଜକଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଲକ୍ଷ୍ୟ କରାଯାଇଛି। ଆସିକା ଏନଏସି ଅଧିନସ୍ଥ ଲାଲାଶାସନ ଗ୍ରାମର ଅଧ୍ୟାତ୍ମିକ ପ୍ରେମୀ ତଥା ଗ୍ରାମ୍ୟ ପରିଚାଳନା କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ, ଉପସଭାପତି ପ୍ରଦୀପ କୁମାର ଶତପଥୀ, ସଂପାଦକ ଉପେନ୍ଦ୍ରନାଥ ମିଶ୍ର, ସାଙ୍ଗଠନିକ ସଂପାଦକ ଶିବପ୍ରସାଦ ଶତପଥୀ, ଯୁଗ୍ମ ସଂପାଦକ ସୀତାରାମ ହୋତା (ବୁବୁନା), କୋଷାଧ୍ୟକ୍ଷ ସଚ୍ଚିନ୍ଦ୍ର କୁମାର ହୋତା, ଆଧ୍ୟାତ୍ମିକପ୍ରେମୀ ଗଙ୍ଗାଧର ଶତପଥୀ, ହିମାଂଶୁ ଶେଖର କର, ବଦ୍ରିନାରାୟଣ କର, ପ୍ରଶାନ୍ତ କୁମାର ତ୍ରିପାଠୀ, ଦୁର୍ଗାମାଧବ ତ୍ରିପାଠୀ, ରାଧାମାଧବ ତ୍ରିପାଠୀ, ପ୍ରତାପ ଶତପଥୀ, ରବିଲୋଚନ ଦାଶ, ହେମନ୍ତ କୁମାର ଦାଶ, ଅନନ୍ତ ଶତପଥୀ, ସିମାଞ୍ଚଳ ଶତପଥୀ, ବିଶିକେଶନ ଶତପଥୀ, ବୁଲୁ ମିଶ୍ର, ଦୁଃଖୀଶ୍ୟାମ ଦାଶ, ଟିକିନା ତ୍ରିପାଠୀ, ଫକୀର ଚରଣ ଦାଶ, ମୁନା ଦାଶଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ ଶ୍ରୀଶ୍ରୀ ବାଲୁଙ୍କେଶ୍ୱରଙ୍କ ଶୀତଳଷଷ୍ଠୀ ଯାତ୍ରା ଓ ଶିବ ବିବାହ ପର୍ବକୁ ରିତୀନିତୀ ଅନୁଯାଇ ସମ୍ପନ୍ନ କରିବା ଲାଗି ଲାଗିପଡିଥିବା ଦେଖିବାକୁ ମିଳିଛି। ଆସନ୍ତା ୧୮ ତାରିଖରେ ହେବାକୁ ଥିବା ଶ୍ରୀଶ୍ରୀ ବାଲୁଙ୍କେଶ୍ୱର ମହାପ୍ରଭୁଙ୍କ ଶିବ ବିବାହ ପର୍ବ ଓ ଶୀତଳଷଷ୍ଠୀ ଅବସରରେ ନଗର ପରିକ୍ରମା, ବାଟବରଣ, ହସ୍ତଗ୍ରନ୍ଥି ସମେତ ଅନ୍ୟାନ୍ୟ ନୀତିକାନ୍ତି ବିଧିବିଧାନ ଅନୁଯାୟୀ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି। ଆସିକା ପୌର ପରିଷଦ ଅଧୀନସ୍ଥ ଲାଲାଶାସନ ଗ୍ରାମରେ କେଉଁ ଆବାହମାନ କାଲରୁ ପୂଜା ପାଇଆସୁଥିବା ପ୍ରଭୂ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱରଙ୍କ ଚଳିତବର୍ଷର ଶିବବିବାହ ଉତ୍ସବ ଓ ଶୀତଳଷଷ୍ଠୀ ଯାତ୍ରାକୁ ନୀତିକାନ୍ତି ଅନୁଯାୟୀ ସଂପନ୍ନ ସକାଶେ ବ୍ୟାପକ ପ୍ରସ୍ତୁତି ଚାଲିଥିବା ଦେଖିବାକୁ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ