ବିଜେଡିର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ
ହାଟଡିହି (ଓ୍ବାଇଏନଏସ): ଆସନ୍ତା ୨୬ତାରିଖ ଦିନ ବିଜେଡିର ପ୍ରତିଷ୍ଠା ଦିବସ ପାଳନ କରିବା ପାଈଁ ବିଜେଡିର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଇଞ୍ଚୋଳ ଠାରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର ଜେନା ଯୋଗଦେଇ ଆସନ୍ତା ୨୬ ତାରିଖ ଦିନ ହାଟଡିହି ଠାରେ ଏହି ପ୍ରତିଷ୍ଠା ଦିବସ ପାଳନ କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ଜିଲ୍ଲା ପରିଷଦ ଉପାଧ୍ୟାକ୍ଷ ସୋମନାଥ ଦାସ, ବରିଷ୍ଠ ବିଜେଡି ନେତା ମାର୍କଣ୍ଡ ଚରଣ ଓଝା, ବୀରେନ୍ଦ୍ର କୁମାର ବିଶ୍ୱାଳ, ପ୍ୟାରୀ ମୋହନ ମହାପାତ୍ର, ବିଶ୍ୱନାଥ ନାୟକ, ନାରାୟଣ ବେହେରା, ଗୋପାଳ ନାୟକ, ଆନନ୍ଦ ଚନ୍ଦ୍ର ମହାନ୍ତି, ରଞ୍ଜନ ପହି, ଗୌରାଙ୍ଗ ରଣା, ମନୋଜ ମହାନ୍ତି, ବୈଦ୍ୟନାଥ ସାମଲ, ଦିଲୀପ ମଲ୍ଲିକ, ଉଦୟନାଥ ସା, ଭାସ୍କର ସା ଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତା ଯୋଗଦେଇ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଆଲୋଚନା କରିଥିଲେ।


