ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ
ନାଉଗାଁ,(ଓ୍ବାଇଏନଏସ):ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ବଜାରରେ ଶନିବାର ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ଏକ ପ୍ରସ୍ତୁିତି ବୈଠକର ଆୟୋଜନ କରାଯାଇଥିଲା। ଜଗତସିଂହପୁର ଜିଲା ବିକାଶ ପରିଷଦ ଓ ବୈକୁଣ୍ଠ ଉର୍ବଶୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷ ଡାକ୍ତର ଲକ୍ଷ୍ମୀକାନ୍ତ ନନ୍ଦ ସଭାପତିତ୍ୱ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିକାଶ ପରିଷଦର ସଂଯୋଜକ ସୂର୍ଯ୍ୟ ମହାନ୍ତି, ଡାକ୍ତର ଘନଶ୍ୟାମ ମୁଦୁଲି ଆଦି ଯୋଗ ଦେଇ ମେଗା ସ୍ୱାସ୍ଥ୍ୟ ଶିବିର ଉପରେ ଆଲୋଚନା କରିଥିଲେ। ଏହି ଶିବିର ଆସନ୍ତା ୧୫ ତାରିଖ ରବିବାର ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ଏହି ଶବିରରେ ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ଉପସ୍ଥିତ ରହି ରୋଗୀମାନଙ୍କର ଚିକିତ୍ସା କରିବା ସହିତ ପରାମର୍ଶ ଦେବାର କାର୍ଯ୍ୟକ୍ରମମାନ ରହିଥିବା ଡାକ୍ତର ନନ୍ଦ ସୂଚନା ଦେଇଛନ୍ତି।


