‘ମନା’ର ଦଶମ ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା): ମିଳିତ ନିଶା ନିବାରଣ ଅଭିଯାନ (ମନା) ବାଲେଶ୍ୱରର ମାସିକ ବୈଠକ ଶୁକ୍ରବାର ନେଳିଆବାଗସ୍ଥିତ ଅଫିସ ଗୃହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସାଧାରଣ ସମ୍ପାଦିକା ମମତା ମହାପାତ୍ର ଗତମାସର ବିବରଣୀ ପାଠ କରିଥିଲେ। ସୋର ବ୍ଲକ୍ର ସିଙ୍ଗାଖୁଣ୍ଟା ପଞ୍ଚାୟତ ଅନ୍ତର୍ଗତ ବନ୍ଧସାହି ଗ୍ରାମରେ ମଦ୍ୟପାନଜନିତ ମୃତ୍ୟୁ ସମସ୍ୟାର ସମାଧାନ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ଆସନ୍ତାକାଲି ଅପରାହ୍ଣରେ ଉପଦେଷ୍ଟା ସୁବ୍ରତ କରଙ୍କ ନେତୃତ୍ୱରେ ‘ମନା’ର କର୍ମକର୍ତ୍ତାମାନେ ସାକ୍ଷାତ କରି ଆଲୋଚନା କରିବେ ବୋଲି ବୈଠକରେ ସ୍ଥିର କରାଗଲା। ଚଳିତବର୍ଷ ତା ୧୯-୦୪-୨୦୨୬ ରିଖରେ ‘ମନା’ର ଦଶମ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଗଲା ଏବଂ ଆଲୋଚନା କରାଯାଇ ବିଭିନ୍ନ କମିଟିମାନ ମଧ୍ୟ ଗଠନ କରାଗଲା। ଶ୍ରୀମତୀ ସଂଯୁକ୍ତା ବେହେରା ଧନ୍ୟବାଦ ଦେଇଥିଲେ। ଏହି ସଭାରେ ଉପଦେଷ୍ଟା ଡ. କେଶବ ଚରଣ ପଣ୍ଡା, ପ୍ରଫୁଲ୍ଲ କୁମାର ଦାସ, ସଞ୍ଜୟ ପଣ୍ଡା, ଶଶାଙ୍କ ଶେଖର ଦତ୍ତ, ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳ, ଗଙ୍ଗାଧର ପୃଷ୍ଟି, ଗୀତାଞ୍ଜଳି ସିଂହ, ସରସ୍ୱତୀ ପଣ୍ଡା, ନିରଞ୍ଜନ ରାଉତ, ତ୍ରିଦିବ ନାୟକ, ବସନ୍ତ କୁମାର ପ୍ରଧାନ, ଶୁଭଙ୍କର ମହାପାତ୍ର, ଶ୍ୟାମସୁନ୍ଦର ଜେନା ଓ ଆଭାସୀ ମାଧ୍ୟମରେ କମଳାକାନ୍ତ ଦାଶ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।


