କେନ୍ଦୁଝରର ଗର୍ବ: ବୈକୁଣ୍ଠନାଥ ସାହୁ ଆଇଆଇଟି ମାଦ୍ରାସର ଶ୍ରେଷ୍ଠ ୨୫ ଗବେଷକ ମଧ୍ୟରେ ସ୍ଥାନ ପାଇ ସମ୍ମାନିତ

ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଅଞ୍ଚଳର ଏକ ସାଧାରଣ କୃଷକ ପରିବାରରୁ ଆସିଥିବା ବୈକୁଣ୍ଠନାଥ ସାହୁ ଆଇଆଇଟି ମାଦ୍ରାସର ଶ୍ରେଷ୍ଠ ୨୫ ଗବେଷକ ମଧ୍ୟରେ ସ୍ଥାନ ପାଇ ସମ୍ମାନିତ ହୋଇଛନ୍ତି। କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶିବନାରାୟଣପୁର ଗ୍ରାମର  ସୁଦାମ ଚରଣ ସାହୁ ପୁଅ ବୈକୁଣ୍ଠନାଥ ସାହୁ।   ସେ ନିଜ ଅଦମ୍ୟ ପରିଶ୍ରମ, ନିଷ୍ଠା ଓ ମେଧାବୀ ଚେତନା ଦ୍ୱାରା ଦେଶର ଶୀର୍ଷ ଶିକ୍ଷା ଅନୁଷ୍ଠାନ ଇଣ୍ଡିଆନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ ଟେକ୍ନୋଲୋଜି ମାଦ୍ରାସ‌ରେ  ଗବେଷଣା କ୍ଷେତ୍ରରେ ଅଭିନବ ସଫଳତା ହାସଲ କରିଛନ୍ତି। ସେ ନିକଟରେ ଇନ୍‌ଷ୍ଟିଟ୍ୟୁଟ୍ ରିସର୍ଚ୍ ଆୱାର୍ଡ ୨୦୨୫ ପାଇ ସମ୍ମାନିତ ହୋଇଛନ୍ତି ଓ ଶ୍ରେଷ୍ଠ ୨୫ ଗବେଷକଙ୍କ ତାଲିକାରେ ସ୍ଥାନ ଅଧିକାର କରିଛନ୍ତି। ଯାହା ସେହି ସଂସ୍ଥାର ଶ୍ରେଷ୍ଠ ଗବେଷକମାନଙ୍କୁ ଦିଆଯାଏ। ସେ ଆଇଆଇଟି ମାଦ୍ରାସର ମାନବିକ ଓ ସାମାଜିକ ବିଜ୍ଞାନ ବିଭାଗରେ ଅର୍ଥନୀତି ବିଷୟରେ ପିଏଚ୍‌ଡି ଗବେଷକ ଭାବେ ଅଧ୍ୟୟନ କରୁଛନ୍ତି। ସେ ବର୍ତ୍ତମାନ ଡ଼ଃ ସନ୍ତୋଷ କୁମାର ସାହୁ ଓ ଡ଼ଃ କ୍ରିଷ୍ଣା ମଳାକର ଙ୍କର ନିର୍ଦ୍ଦେଶନାରେ ଗବେଷଣା କରୁଛନ୍ତି। ତାଙ୍କ ବିସ୍ତୃତ ଗବେଷଣା ପରିସର ହେଉଛି ପରିବେଶ ଓ ସମ୍ପଦ ଅର୍ଥନୀତି,  ଶିଳ୍ପ ସଂଗଠନ,  କର୍ପୋରେଟ ସାଷ୍ଟେନେବିଲିଟୀ,  ପ୍ରୟୋଗମୂଳକ ଅର୍ଥନୀତି,  କୃଷି ଅର୍ଥନୀତି ଓ ଗ୍ରାମୀଣ ଅର୍ଥନୀତି।  ସେ ତାଙ୍କର ଗବେଷଣା କାମ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ହୋଇଛି। ସେ ଭାରତର ବିଭିନ୍ନ ଶୀର୍ଷ ସମ୍ମେଳନରେ ନିଜ କାମ ପ୍ରସ୍ତୁତ କରିଥିବା ସହିତ ଶ୍ରେଷ୍ଠ ଗବେଷଣା ପତ୍ର ପୁରସ୍କାର ମଧ୍ୟ ପାଇଛନ୍ତି। ତାଙ୍କର ଏହି ସଫଳତା କେବଳ କେନ୍ଦୁଝର ଜିଲ୍ଲା ଓ ଓଡ଼ିଶା ପାଇଁ ଗର୍ବ ନୁହେଁ, ଗ୍ରାମାଞ୍ଚଳର ଯୁବକ ମାନଙ୍କ ପାଇଁ ଏକ ପ୍ରେରଣାଦାୟକ ଉଦାହରଣ।ସେ ଏହି ସଫଳତାକୁ ତାଙ୍କର ମା, ବାପା, ଓ ଶିକ୍ଷକମାନଙ୍କୁ ସମର୍ପଣ କରିଛନ୍ତି। ତାଙ୍କର ଲକ୍ଷ୍ୟ ଓଡ଼ିଶାର ଉନ୍ନତିରେ ସହଯୋଗ କରିବା ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ