ସମାଜସେବୀ ସତ୍ୟଭାମା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ସମାଜସେବୀ ସତ୍ୟଭାମା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ୧୭ନମ୍ବର ୱାର୍ଡର ବଡହାଟସ୍ଥିତ ବାସଭବନରେ ବିଶିଷ୍ଟ ଶିକ୍ଷାବିତ ସ୍ୱର୍ଗତ ହୃଷିକେଶ ସିଂହଙ୍କ ଧର୍ମପତ୍ନୀ ସତ୍ୟଭାମା ସିଂହଙ୍କ ଦ୍ୱାଦଶାହ ଉପଲକ୍ଷେ ଯୁବନେତା ରାଜେଶ ପଣ୍ଡାଙ୍କ ପୈାରହିତ୍ୟରେ ଅନୁଷ୍ଠିତ ସଭାରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି।। ବିଜେଡି ରାଜ୍ୟ ସମ୍ପାଦକ ରଞ୍ଜିତ କୁମାର ସାହୁ, ଯୁବ ବିଜେଡି ଜିଲ୍ଲା ସଭାପତି ରାଜେଶ ଦାସ, ଡାକ୍ତର ସରୋଜ କୁମାର ତ୍ରିପାଠୀ, ନଗରପାଳ ସରିତା ସାହୁ, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ସୁନାକର ବେହେରା, କାଉନସିଲର ଚୈାଧୁରୀ ସୁକୁମାର ଦାସ, ଉମେଶ ନାୟକ, ଜିଲ୍ଲା ଓକିଲ ସଙ୍ଘ ଉପସଭାପତି ହାଡିବନ୍ଧୁ ସିଂ, ଆଇନଜୀବୀ ସଞ୍ଜୟ ଜେନା, ରମଣୀରଞ୍ଜନ ରାଉତରାୟ, ପ୍ରାକ୍ତନ ନଗରପାଳ ଧିରେନ ସାହୁ, ହିରଣ୍ୟ ପଣ୍ଡା, ଗୋଲଖ ପରିଡା, ଧିରେନ ଦାସ, ପ୍ରଦୀପ ସିଂ, ଅଜିତ ମହାନ୍ତି, ଦେବେନ୍ଦ୍ର କର, ବିଜୟ ମଣ୍ଡଳ, ଦେବେନ୍ଦ୍ର ଦାସ, କିଶୋର ଚନ୍ଦ୍ର ସାହୁ, ମଣ୍ଟୁ ସିଂ, ବିନୋଦ, ପ୍ରଦୀପ ସାହୁଙ୍କ ସମେତ ପୁତ୍ର ସଂଗ୍ରାମ, ସତ୍ୟବ୍ରତ, ରଞ୍ଜିତ ଓ ନାତି ଜ୍ଞାନପ୍ରକାଶ ସିଂ ପ୍ରମୁଖ ଯୋଗଦେଇ ସ୍ୱର୍ଗତା ସିଂହଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।


