ଆହାର କେନ୍ଦ୍ର ପରିଦର୍ଶନ କଲେ ପ୍ରମୁଖ ସଚିବ: ନିଜେ ଖାଇ ଖାଦ୍ୟର କ୍ୱାଲିଟି ଯାଞ୍ଚ କଲେ
ଛତ୍ରପୁର, (ଓ୍ବାଇଏନଏସ): ଓଡିଶା ସରକାର ଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ର ପ୍ରମୁଖ ସଚିବ ତଥା ଗଞ୍ଜାମ ଜିଲ୍ଲା ସେକ୍ରେଟାରୀ ଦାୟିତ୍ୱ ଥିବା ଶୋଭା ଶର୍ମା ଦୁଇଦିନିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତ ଆସିଛନ୍ତି, ଆଜି ଦ୍ଵିତୀୟ ଦିନ ରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରେ ଥିବା ଆହାର କେନ୍ଦ୍ର ପରିଦର୍ଶନ କରିଥିଲେ, ସେଠାରେ ଦିଆଯାଉଥିବା ରନ୍ଧା ଖାଦ୍ୟ ର କ୍ୱାଲିଟି ଯାଞ୍ଚ କରିବା ସହ ନିଜେ ଧାଡିରେ ଠିଆ ହୋଇ ଖାଦ୍ୟ ସଂଗ୍ରହ କରି ଖାଇଥିଲେ, ଏହା ସହିତ କେନ୍ଦ୍ର ଦାୟିତ୍ୱ ଥିବା ରାଧାକୃଷ୍ଣ ଏସ ଏଚ ଜି ଗ୍ରୁଫ ସଦସ୍ୟା ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ, ଏହି କେନ୍ଦ୍ର ରେ ଦୈନିକ ୫ଶହ ଜଣକ ନିମନ୍ତେ ଖାଦ୍ୟ ପରସା ଯାଉଛି, ଏହି ପରିଦର୍ଶନ ବେଳେ ପ୍ରମୁଖ ସଚିବ ଙ୍କ ସହ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଡ଼ଃ ପ୍ରମୋଦ କୁମାର ପୃଷ୍ଟି, ଗଞ୍ଜାମ ଜିଲ୍ଲା ପରିଷଦ ର ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟ ବେହେରା, ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ମଧ୍ୟ କେନ୍ଦ୍ର ଦିଆଯାଉଥିବା ଖାଦ୍ୟ ଖାଇ ତଡାରଖ କରିଥିଲେ