ଚୌଦ୍ବାର ଜେଲରୁ କଏଦୀ ଫେରାର ଘଟଣା: ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ ଗିରଫ

କଟକ, (ଓ୍ବାଇଏନଏସ) : ଓଡ଼ିଶା ପୁଲିସକୁ ମିଳିଲା ବଡ଼ ସଫଳତା । ଚୌଦ୍ୱାର ସର୍କଲ ଜେଲ ଫେରାର କଏଦୀ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀଙ୍କୁ ବାନ୍ଧିଲା ପୁଲିସ। ଋଷିକେଶ ଅଞ୍ଚଳରେ ଲୁଚିଥିବା ବେଳେ ରାଜକୁ ଗିରଫ କରିଛି କମିଶନରେଟ୍ ପୁଲିସ ସ୍ପୋଶାଲ ସ୍କ୍ବାର୍ଡ। ବର୍ତ୍ତମାନ ରାଜାକୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଆଣୁଛି ପୁଲିସ। ପୂର୍ବରୁ ବିହାରର ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ ଗିରଫ କରିଥିଲା କମିଶନରେଟ ପୁଲିସ। ସୂଚନାଯୋଗ୍ୟ, ୨୦୨୪ ଜାନୁଆରୀ ୪ ତାରିଖରେ ଯାଜପୁର ଜିଲା ପାଣିକୋଇଲି ଠାରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଲୁଟପାଟ ପାଇଁ ଦୁଇ ଜଣଙ୍କୁ ହତ୍ୟା କରିଥିଲେ ଅଭିଯୁକ୍ତ । ସେତେବେଳେ ସାଧାରଣ ଲୋକେ ଅଭିଯୁକ୍ତ ମଧୁକାନ୍ତ ରାଣା ଓ ରାଜା ସାହାଣୀକୁ ଘଟଣାସ୍ଥଳରୁ ଧରି ପୋଲିସର ଜିମା ଦେଇଥିଲେ । ଅନ୍ୟ ଦୁଇ ଅଭିଯୁକ୍ତ ବିକାଶ ରାୟ ଓ ଅନ୍ୟଜଣେ ଅଭିଯୁକ୍ତ ରଞ୍ଜିତ ଚୌଧୁରୀକୁ ପୋଲିସ ପରବର୍ତ୍ତୀ ସମୟରେ ଗିରଫ କରି ଜେଲ ପଠାଇ ଥିଲେ। ହେଲେ ଅକ୍ଟୋବର ୨ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗାପୂଜା ଭସାଣି ବେଳେ ଦୁଇ ଅଭିଯୁକ୍ତ ଜେଲ୍‌ରୁ ଚମ୍ପଟ ମାରିଥିଲେ । ପୁରା ସହରର ଭସାଣି ଉତ୍ସବରେ ଥିବା ବେଳେ ଏହି କଏଦୀ ଦୁଇ ଜଣ ଜେଲର ପାଚେରୀ ଡେଇଁ ଫେରାର ମାରିବାରେ ସକ୍ଷମ ହୋଇଥିଲେ । ତେବେ ଏତେ ବଡ଼ ଜେଲରୁ କିପରି ଦୁଇ ଜଣ ଅପରାଧୀ ଚମ୍ପଟ ମାରିଲେ, ସେତେବେଳେ ଏହାକୁ ନେଇ ଅନେକ ପ୍ରଶ୍ନ ଏବଂ ପୁଲିସ ବିଭାଗକୁ ସମାଲୋଚନା କରାଯାଇଥିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ