ବେସରକାରୀ ଅଧ୍ୟାପକ ଓ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ନାଉଗାଁ,(ଓ୍ବାଇଏନଏସ): ଓଡିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ (ଓସ୍ନେଲିଆ) ସଙ୍ଘ ତରଫରୁ  ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ନିଯୁକ୍ତ ସମସ୍ତ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ସରକାରୀ ଅନୁଦାନ ପ୍ରଦାନ ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନ ସଭାପତି ବିଶ୍ଵରଞ୍ଜନ ଦାସଙ୍କ ନିର୍ଦେଶ କ୍ରମେ ସାରା ରାଜ୍ୟରେ ଜାରିରହିଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁସ୍ଥିତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଓ ଦେବିଦୋଳସ୍ଥିତ ମା’କୁତାମଚଣ୍ଡୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଅଧ୍ୟାପକ ଓ କର୍ମଚାରୀମାନେ ଏହି ଆନ୍ଦୋଳନରେ ସାମିଲ ହୋଇ କାର୍ଯ୍ୟ ବନ୍ଦ କରି ନିଜ ମହାବିଦ୍ୟାଳୟ ସମ୍ମୁଖରେ ଆନ୍ଦୋଳନରେ ବସି ରହିଛନ୍ତି। ଯେ ପର୍ଯ୍ୟନ୍ତ ୨୦୦୮ ରୁ ୨୦୧୮ ମସିହା ପର୍ଯ୍ୟନ୍ତ ସରକାରୀ ଅନୁଦାନ ନ ମିଳିଛି, ଏହି ଆନ୍ଦୋଳନ ଜାରି ରହିବ ବୋଲି କଟକ ବିଭାଗ ସଂଯୋଜକ ପପିନ୍ଦ୍ର ଲେଙ୍କା ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ସନ୍ତୋଷ ଜେନା, ସୁଚିତ୍ରା ମଲ୍ଲ, ଅରୁନଦ୍ଧତି ସରଙ୍ଗୀ, ସ୍ଵାତିଶ୍ରୀ ବେହେରା, ରୋଜାଲିନ ଶିଶୁ, ପ୍ରଭାତ ପଟ୍ଟନାୟକ, ତାପସ ମହାନ୍ତି, ସଂଗ୍ରାମ ସ୍ୱାଇଁ,ରଂଜିତ ମହାନ୍ତି, ସୁଭଦ୍ରା ରାଉଳ, ଲିଙ୍ଗରାଜ ସ୍ୱାଇଁ, ଚିତ୍ତରଞ୍ଜନ ମହାପାତ୍ର, ସୁଶାନ୍ତ ଦାସ, ସନ୍ତୋଷ ମୁଦୁଲି, ସ୍ମୃତି ରଞ୍ଜନ ଲେଙ୍କା, ଜାଗୃତି ମହାନ୍ତି, ଅମ୍ବିକା ପ୍ରସାଦ ପାଢ଼ୀ, ଅନିରୁଦ୍ଧ ସ୍ୱାଇଁ, ମାନସ ସ୍ୱାଇଁ ଆଦି ସାମିଲ ଅଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ