ବନ୍ୟପ୍ରାଣୀ ସୁରକ୍ଷା ନିମନ୍ତେ ଶୋଭାଯାତ୍ରା ଓ ସଚେତନତା କାର୍ଯ୍ୟକ୍ରମ

ମୁନିଗୁଡା,୬/୧୦ (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡା ବ୍ଲକ ତଥା ବନାଞ୍ଚଳ ଅନ୍ତର୍ଗତ କରଡାବନ୍ଧ ଗ୍ରାମରେ ୭୧ତମ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ଉପଲକ୍ଷେ ଆଜି ବୃକ୍ଷ ରୋପଣ ଶୋଭାଯାତ୍ରା ଏବଂ ସଚେତନତା ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଵନାଞ୍ଚଳ ଅଧିକାରୀ ପ୍ରଣବ କୁମାର ଦାଶଙ୍କ ନେତୃତ୍ବରେ ଓ ଫୋରେଷ୍ଟର ପ୍ରମୋଦିନୀ ମାଣ୍ଡାଙ୍ଗିଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ସରପଞ୍ଚ ଅନନ୍ତ ନୁଣ୍ଡୁକା,ନାଏବ ସରପଞ୍ଚ ମନ୍ଥରା ସିକକା,ସମିତି ସଭ୍ୟା ଶୁକୁନ୍ତୁଳା ନୁଣ୍ଡୁକା,ଗ୍ରାମ ମୁଖ୍ୟ ତଥା ଅବସରପ୍ରାପ୍ତ ଶିକ୍ଷକ ଚିନ୍ତାମଣି ନୁଣ୍ଡୁକା ମା ଧରିତ୍ରୀ କ୍ଳବ୍ ତଥା ବନ ସୁରକ୍ଷା ସମିତି ସଭାପତି ରଵି ନୁଣ୍ଡୁକା,ମା ମଙ୍ଗଳା ଏବଂ ଏକତା ମହିଳା ସ୍ବୟଂ ସହାୟକ ଦଳର ସଦସ୍ୟ ପରିବେଶ ପ୍ରେମୀ ଡ଼ା.ଗୈରାଙ୍ଗ ଚରଣ ରାଉତ, ପ୍ରକୃତି ଵନ୍ଧୁ ଆଶ୍ଵିନ କୁମାର ବାରିକ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ବନରକ୍ଷୀ ରୋନିତ କୁମାର ମହାରଣା ଓ ବିଶ୍ୱଜିତ ମହାରଣାଙ୍କ ମିଳିତ ସଂଯୋଜନାରେ ମା ଧରିତ୍ରୀ କ୍ଳବ୍ ପରିସରରେ ଉପସ୍ଥିତ ଅତିଥି ଓ ବିଭିନ୍ନ କ୍ଳବର ସଦସ୍ୟ ଓ ଗ୍ରାମବାସୀ ମାନେ ପ୍ରଥମେ ବିଭିନ୍ନ ଔଷଧୀୟ ଚାରା ରୋପଣ କରିଥିଲେ ପରେ ସମସ୍ତେ ଏକତ୍ରିତ ହୋଇ ସଭାସ୍ଥଳ ପଯ୍ୟନ୍ତ ଏକ ଶୋଭାଯାତ୍ରାରେ ବାହାରି ସାହି ପରିକ୍ରମା କରିବା ସହ ବିଭିନ୍ନ ସ୍ଳୋଗାନ ଦେଇ ସଭାସ୍ଥଳରେ ପହଞ୍ଚିଥିଲେ l ସେଠାରେ ଏକ ସଚେତନତା ସଭାରେ ଅତିଥି ମାନେ ଜଙ୍ଗଳ ଓ ବନ୍ୟ ପ୍ରାଣୀ ସୁରକ୍ଷା କ୍ଷେତ୍ରରେ ବ୍ୟକ୍ତି ବିଶେଷ ଓ ଗ୍ରାମବାସୀଙ୍କ ମହତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ନିଜ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ। ଏଥିସହ ରୋପଣ କରାଯାଇଥିବା ଚାରା ଗୁଡିକର ରକ୍ଷଣ ବ୍ୟକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ ଉକ୍ତ କାର୍ଯ୍ୟକ୍ରମକୁ ଵନପାଳ ରଞ୍ଜିତ ଶ୍ରୀରାମ, ପ୍ରଳୟ ଦଣ୍ଡାସେନ,ଅହଲ୍ୟା ପାତ୍ର,ହେମଚରଣ ବେହେରା, ବିଦ୍ୟାଧର ପଣ୍ଡା,ଉପେନ୍ଦ୍ର ମାଳି, ସୁଦର୍ଶନ ବିଶ୍ଵାଳ,ନମିତା ବିଡିକା, ସହଭାଣୀ ସଂଗଠନର ବିଘ୍ନରାଜ ମିଶ୍ର,ସୁଧୀର କୁମାର ବାରିକ ଏବଂ କ୍ଳବର କର୍ମକର୍ତ୍ତା ତଥା ପାରା କର୍ମୀ ରାଜିଵ ରାଉତ,କୋ ଦଣ୍ଡସେନା, ସନ୍ତୋଷ ବେହେରା ପ୍ରମୁଖ ଉପସ୍ଥିତ ରହି ପରିଚାଳନା ଓ ସହୋଯାଗ କରିଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ