ଶ୍ରମିକ ସଂଗଠନ ତରଫରୁ ୨୦ ଦଫା ଦାବିରେ ବଡବିଲ ତହସିଲ ଅଫିସରେ ବିକ୍ଷୋଭ

କେନ୍ଦୁଝର,(ପୂର୍ଣ୍ଣଚନ୍ଦ୍ର ମହାନ୍ତି): କେନ୍ଦ୍ରୀୟ ଶ୍ରମିକ ସଂଗଠନ ତଥା ଏଆଇଟିୟୁସି, ସିଆଇଟିୟୁ, ଆଏନଟିୟୁସି, ଏଚ୍ଏମ୍ଏସ୍ ତରଫରୁ ଶ୍ରମିକ ମାନଙ୍କର ୨୦ ଦଫା ଦାବି ନେଇ ବଡବିଲ ତହସିଲ ଅଫିସରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରା ଯାଇଛି। ବିଗତ ଦଶ ବର୍ଷ ହେଲା କେନ୍ଦ୍ର ସରକାରଙ୍କ ଶ୍ରମିକ,କୃଷକ ଓ ସାଧାରଣ ଜନତା ବିରୋଧି ନୀତି ଯୋଗୁ ଦେଶରେ ଶ୍ରମିକ ମାନଙ୍କର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଛି। ପୁଞିପତି ଓ ଧନୀ ଲୋକ ମାନେ ଅଧିକରୁ ଅଧିକ ଧନୀ ହେଉଥିବା ବେଳେ ମଧ୍ୟବିତ ଓ ଗରିବ ଲୋକ ଅଧିକ ଦର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଦରବୃଦ୍ଧି ଆକାଶ ଛୁଆଁ ହେବାରେ ଲାଗିଛି, ସରକାରଙ୍କ କୌଣସି ନିୟନ୍ତ୍ରଣ ନାହିଁ। ୨୦୧୫ ମସିହା ଠାରୁ ଇଣ୍ଡିଆନ ଲେବର କନଫରେନ୍ସ ବୈଠକ ଅନୁଷ୍ଠିତ ହୋଇ ନାହିଁ। ଦୀର୍ଘ ବର୍ଷର ଲଢେଇରେ ହାସଲ କରାଯାଇଥିବା ଶ୍ରମ ଆଇନକୁ ଏ ସରକାର ପରିବର୍ତ୍ତନ କରି କମ୍ପାନୀ ସପକ୍ଷବାଦୀ ୪ଟି ଶ୍ରମ କୋର୍ଡରେ ପରିବର୍ତ୍ତନ କରି ଲାଗୁ କରିବାକୁ ଯାଉଛନ୍ତି। ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ଫେଡେରେସନ ମାନେ ଏହି ଶ୍ରମ କୋର୍ଡକୁ କଡା କଡି ଭାବେ ବିରୋଧ କରୁଛନ୍ତି। ସେହିଭଳି ନୂତନ ଶ୍ରମ କୋର୍ଡ ଲାଗୁହେଲେ ୮ ଘଣ୍ଟା ବଦଳରେ ୧୨ ଘଣ୍ଟା କାମ କରିବା, ସରକାରଙ୍କ ବିନା ଅନୁମତିରେ ତିନିଶହ ଶ୍ରମିକ ମାନଙ୍କୁ ଛଟେଇ କରି ପାରିବା, ଶ୍ରମିକ ସଂଗଠନର କାର୍ଯ୍ୟଧାରାରେ ଅଙ୍କୁଶ ଲଗାଇବା ଆଦି ନିୟମ ପରିବର୍ତ୍ତନକୁ ଘୋର ବିରୋଧ କରା ଯାଉଛି। ସେହିଭଳି ପୁରୁଣା ପେନସନ୍ ସ୍କିକ୍ ଲାଗୁ କରିବା ପାଇଁ ସରକାରୀ କର୍ମଚାରୀ ମାନେ ଦାବି କରୁଥିବା ବେଳେ ସରକାର କର୍ମଚାରୀ ବିରୋଧି ଏନପିଏସ୍ ଓ ୟୁପିଏସ୍ ଲାଗୁ କରିଛନ୍ତିସରକାରଙ୍କବିଭନ୍ନସ୍କିମ୍ତଥାଆସିଡିଏସ୍,ଏମଡିଏମ୍,ଏନ୍ଏଚ୍ଏମ୍, ଓ ଏ୍ଆରଏଲ୍ଏମ୍ ଅଧିନରେ କାର୍ଯ୍ୟରତ ଲକ୍ଷ ଲକ୍ଷ ମହିଳା ଓ ପୁରୁଷ ସରକାରୀ କର୍ମଚାରୀର ମାନ୍ୟତା ପାଇବାରୁ ବଂଚିତ ହେଉଛନ୍ତି। ସେମାନଙ୍କୁ ସରକାରୀ ମାନ୍ୟତା ଦାବିରେ ଦୀର୍ଘ ଦିନ ହେଲା ଆନ୍ଦୋଳନ ଚାଲୁ ରହିଲେ ବି ସରକାର କର୍ଣ୍ୱପାତ କରୁ ନାହାନ୍ତି। ଚାରୋଟି ନୂତନ ଶ୍ରମ କୋର୍ଡ ତୁରନ୍ତ ପ୍ରତ୍ୟାହାର କରାଯାଉ।ଦେଶର କୃଷକ ମାନଙ୍କର ଉତ୍ପାଦିତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ପାଇଁ ଆଇନ ପ୍ରଣୟନ କରାଯାଉ। ⁠ଆକାଶଛୁଆଁ ଦରବୃଦ୍ଧି ହ୍ରାସ ପାଇଁ କଠୋର ପଦକ୍ଷେପ ନିଆଯାଉ।ସର୍ବନିମ୍ନ ମଜୁରୀ ମାସିକ ଛବିସ ହଜାର ଟଙ୍କା କରାଯାଉ।ସରକାରୀ କର୍ମଚାରୀ ମାନଙ୍କର ଏନପିଏସ୍ ଓ ୟୁପିଏସ୍ ପ୍ରତ୍ୟାହାର କରାଯାଇ ଓପିଏସ୍ ପୁନଃର୍ବାର ଲାଗୁ କରାଯାଉ। ⁠ବିଭିନ୍ନ ସ୍କିମ୍ ଶ୍ରମିକ ମାନଙ୍କୁ ସର୍ବନିମ୍ନ ୯ ହଜାର ଟଙ୍କା ପେନସନ୍ ଦିଆଯାଉ।ସମସ୍ତ ଠିକାଦାର ଅଧିନରେ ନିଯୁକ୍ତି ପ୍ରଥାବନ୍ଦକରାଯାଉବୋନସ୍,ପ୍ରୋଭିଡେଣ୍ଟ ଫଣ୍ଡ, ଓ ଗ୍ରାଚ୍ୟୁଇଟିରେ ସିଲିଂ ହଟାଯାଉ।ବିଦ୍ୟୁତନିୟାମକ-୨୦୨୨ କୁ ସମ୍ପୁର୍ଣ୍ୱ ପ୍ରତ୍ୟାହାର କରାଯାଉ।ନୂତ୍ତନ ଶୀକ୍ଷାନୀତି ୨୦୨୦ କୁ ସମ୍ପୁର୍ଣ୍ୱ ବାତିଲ କରାଯାଉ। ଫରେଷ୍ଟ କଞର୍ଭେସନ୍ ଆକ୍ଟ ୨୦୨୩କୁ ପ୍ରତ୍ୟାହାର କରାଯାଉ।ନିର୍ମାଣ ଶ୍ରମିକ ମାନଙ୍କୁ ଇଏସ୍ଆଇ ସୁବିଧା ପ୍ରଦାନ କରାଯାଉ।ଦରଖାସ୍ତ କରିବାର ୪୫ ଦିନ ମଧ୍ୟରେ ଟ୍ରଡ୍ ୟୁନିୟନ ରେଜିଷ୍ଟ୍ରେସନ କରାଯାଉ। ଖାଲିପଡିଥିବା ସମସ୍ତ ସରକାରୀ ପଦବୀ ପୁରଣ କରାଯାଉ ମନରେଗା ଶ୍ରମିକ ମାନଙ୍କୁ ସର୍ବନିମ୍ନ ଦୈନିକ ୬୦୦ ଟଙ୍କା ମଜୁରୀ ପ୍ରଦାନ କରାଯାଉ।କର୍ପୋରେଟ୍ ଟାକ୍ସ ବୃଦ୍ଧି କରାଯାଇ କୃଷକ ମାନଙ୍କର ଋଣ ଛାଡ କରାଯାଉ। ⁠ଗଣତାନ୍ତ୍ରିକ ଆନ୍ଦୋଳନ ଓ ନିରପେକ୍ଷ ଗଣମାଧ୍ୟମ ଉପରେ ଦମନଲୀଳା ବନ୍ଦ କରାଯାଉ।କେନ୍ଦୁଝର ଜିଲ୍ଲାର ସମସ୍ତ ବନ୍ଦ ଖଣି ଖୋଲାଯିବା ସହ ଛଟେଇ ଓ ସ୍ଥାନୀୟ ଶ୍ରମିକ ମାନଙ୍କୁ ନିଯୁକ୍ତି ଦିଆଯାଉ।ପାଇପ୍ ଯୋଗେ ଲୁହାପଥର ପରିବହନ ବନ୍ଦ କରାଯାଉ ଓ ସ୍ଥାନୀୟ ଟ୍ରକକୁ ପରିହନରେ ଅଗ୍ରାଧିକାର ଦିଆଯାଉ।ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ଖଣି ଅଂଚଳର ସମସ୍ତ ଖରାପ ରାସ୍ତା ବର୍ଷା ପୂର୍ବରୁ ନିର୍ମାଣ କରାଯାଉ ଓ ବିଶେଷକରି ଯୋଡା-ବାମେବାରୀ, ବାମେବାରୀ ପଳାଶପଂଗା ରାସ୍ତା ତୁରନ୍ତ ନିର୍ମାଣ କରାଯାଉ।ଖଣି ଅଂଚଳରେ ସମସ୍ତ ଗ୍ରାମାଂଚଳରେ ବିଶୁଦ୍ଧ ପିଇବା ପାଣିର ବ୍ୟବସ୍ଥା କରାଯାଉ। ଏହି ଶୋଭାଯାତ୍ରା ଓ ବିକ୍ଷୋଭ ରେ AITUC ର ରାଜ୍ୟ କାର୍ଯ୍ୟକାରୀ ସଭାପତି ସାଥି ମହେଶ୍ୱର ରାଉତ, ଜିଲ୍ଲା ସମ୍ପାଦକ କପିଳ ମହାନ୍ତି, CITUର ଜିଲ୍ଲା ସମ୍ପାଦକ ସାଥି ଇନ୍ଦ୍ରମଣି ବେହେରା, ସ୍ମୁତି ରଞ୍ଜନ ପଟ୍ଟନାୟକ, INTUC ର ମୁନା ଖାନ, HMS ର ସଂଜୀବ ପଲେଇ ଉଦବୋଧନ ଦେଇଥିଲେ, ଅନ୍ୟମାନଙ୍କ ମଧ୍ୟରେ କାନ୍ହୁ ଚରଣ ସାମଲ, ରାଜାରାମ ମୁଣ୍ଡା, ଏମ ଡ଼ି ବଦ୍ରୁଜମା, ଶ୍ରୀହରି ଘଣା, ରଂଜିତ ଗିରି,ଲିପୁ ପତ୍ର କ୍ଷୀରୋଦ ମହାନ୍ତ ଆଦି ସଭା ଓ ଶୋଭାଯାତ୍ରା ପରି ଚାଳନା କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ