ସେନାର ପରାକ୍ରମ ପ୍ରତି ସମ୍ମାନ ଜଣାଇ ଆୟୋଜିତ ତ୍ରିରଙ୍ଗା ଯାତ୍ରା
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହନ୍ତ): ଜାମ୍ମୁର ପହଲଗାମଠାରେ ଭୀରୁ ଭାବରେ ଆତଙ୍କବାଦୀମାନେ ହିନ୍ଦୁ କି ମୁସଲିମ ପଚାରି ନୀରିହ ପର୍ଯ୍ୟଟକଙ୍କ ଉପରେ ବିଭତ୍ସ କାଣ୍ଡ ଘଟାଇଥିଲେ । ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ଜବାବରେ ମେ ୭ତାରିଖ ଦିନ ଆତଙ୍କବାଦୀ ବିରୁଦ୍ଧରେ ଅପରେସନ ସିନ୍ଦୂର ଆରମ୍ଭ କରାଯାଇଥିଲା । ଭାରତୀୟ ସେନାବାହିନୀର ଅଭୂତପୂର୍ବ ସାହସ ଓ ପରାକାଷ୍ଠା ଯୋଗୁଁ ପାକିସ୍ଥାନରେ ଥିବା ଆତଙ୍କବାଦୀ ଶିବିରକୁ ଧୂଳିସାତ କରାଯାଇଥିଲା ବା ସହ ଶତାଧିକ ଆତଙ୍କବାଦୀ ମୃତାହତ ହୋଇଥିଲେ । ଭାରତୀୟ ସେନାର ପରାକ୍ରମ ଓ ସୌଜ୍ୟ ଯୋଗୁଁ ଆଜି ଦେଶବାସୀ ଗର୍ବିତ। ସେନାର ପରାକ୍ରମ ପ୍ରତି ସମ୍ମାନ ଜଣାଇ କେନ୍ଦୁଝର ଜିଲ୍ଲା ସଦରବ୍ଲକ ନୂଆଗାଁ, ପଳାଶପଙ୍ଗା ଓ ଗୋବର୍ଦ୍ଧନ ଗ୍ରାମପଞ୍ଚାୟତରେ ଥିବା ସମସ୍ତ ଗ୍ରାମରେ ଜାତୀୟ ପତାକା ଟେକ ରଖିବୁ ଦେଶ ପାଇଁ ଆମେ ଜୀବନ ଦେବୁ,ସହିଦ ଅମର ରହେ,ଭାରତ ମାତା କି ଜୟ ଆଦି ସ୍ଲୋଗାନ ଦେଇ ହାତରେ ତ୍ରିରଙ୍ଗା ପତାକା ଉଡ଼ାଇ ନୂଆଗାଁ ଗ୍ରାମପଞ୍ଚାୟତ ସରପଞ୍ଚ ଆଶୀର୍ବାଦ ନାଏକ, ସମାଜସେବୀ ଗୀତାଞ୍ଜଳି ମହାନ୍ତ,କୃପାସିନ୍ଧୁ ମହାନ୍ତ,ଲମ୍ବୋଦର ମହାନ୍ତ, ମହାନ୍ତ,ପବିତ୍ର ମହାନ୍ତ,ନାରାୟଣ ଦେଓ,ଗଣେଶ୍ୱର ମହାନ୍ତ, ସମାଜସେବୀ,ବିଭିନ୍ନ ସଙ୍ଗଠନ,ବୁଦ୍ଧିଜୀବୀ,ଦଳଗତ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଗ୍ରାମ ପରିକ୍ରମା କରିଥିଲେ ।